ଦିବଂଗତ ଅଧକ୍ଷ ଡକ୍ତର ବୁଦ୍ଧେଶ୍ୱର ପତି ଓ ପୂର୍ବତନ ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା


ଜଳେଶ୍ବର ୨୮/୩ (ଜଗନ୍ନାଥ ଗୋଛାୟତ) ଆଜି ଅପରାହ୍ନ ୪ ଘଟିକା ସମୟରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ଏବଂ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ଜଳେଶ୍ୱର ତରଫରୁ ନୂଆ ବଜାର ସ୍ଥିତ ଭଞ୍ଜଭବନ ପରିସରରେ ମଞ୍ଚର ସଭାପତି ଡଃ ରମାକାନ୍ତ ଭଞ୍ଜଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଥିଲା।ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ନିମ୍ନ ମାଧ୍ୟମିକ ସଂଘର ପୂର୍ବତନ ସମ୍ପାଦକ ଖଗେନ୍ଦ୍ର ନାଥ ସାହୁ ଏବଂ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ଉକ୍ତ ସ୍ମୃତିସଭାରେ ଶିକ୍ଷାବିଦ୍ ଜିତାରାମ ଦେ, ଅକ୍ଷୟ କୁମାର ମିଶ୍ର, କପିଳେଶ୍ୱର ମହାନ୍ତି, ସିତାଂଶୁ ରଞ୍ଜନ ସେନାପତି, ଦିଲ୍ଲୀପ କୁମାର ଗିରି, ସୁନିଲ କୁମାର ନାୟକ, ଅରୁଣ କୁମାର ବେଜ୍, ବନମାଳୀ ଧଳ, କାର୍ତ୍ତିକ ଚନ୍ଦ୍ର ଗିରି, ଜ୍ୟୋତିଷ ଚନ୍ଦ୍ର କର, ରଜତ କୁମାର ଦାସ, ଗିରିଧାରୀ  ବେହେରା, ଭାସ୍କର ଚନ୍ଦ୍ର ମିଶ୍ର, କାଳୀଚରଣ ପୁଷ୍ଟି, ବେଣୁଧର ପାଳ, ହେମନ୍ତ କୁମାର ଦାସ, ଶ୍ରୀମନ୍ତ ଘୋଷ, ଘନଶ୍ୟାମ ଗିରି ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରି ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସ୍ୱର୍ଗତ ବୁଦ୍ଧେଶ୍ୱର ପତି ଜଣେ ଉଚ୍ଚ କୋଟୀର ଗବେଷକ ଓ ଆଦର୍ଶ ଅଧ୍ୟାପକ ଭାବରେ ସୁବିଦିତ ଥିବା ପ୍ରକାଶ କରିଥିଲେ। ସେ ବିଭିନ୍ନ କଲେଜର ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ମଣ୍ଡନ କରି ନିଜର ପାଣ୍ଡିତ୍ୟ ପ୍ରକାଶ କରିଥିଲେ। ଅନୁରୂପ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ଦାସ ଜଣେ କର୍ତ୍ତବ୍ୟ ପରାୟଣ ଶିକ୍ଷକ, ଟାଣୁଆ ନେତା, ସଚ୍ଚୋଟ ଏବଂ ନିର୍ଭିକ ମଣିଷ ଭାବରେ ତାଙ୍କର ଏକ ପରିଚୟ ସୃଷ୍ଟି କରି ପାରିଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଉଭୟ ଦିବଂଗତ ଆତ୍ମା ଶିକ୍ଷାବିତ୍ ଓ ଆଧ୍ୟାତ୍ମିକବାଦି ମଣିଷ ଭାବେ ବିଭିନ୍ନ ଶିକ୍ଷା  ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ସମ୍ପୃକ୍ତ  ଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରି ଉଭୟଙ୍କର ଅତ୍ମାର ସଦଗତି କାମନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ଶିକ୍ଷକ ନେତା କପିଳେଶ୍ୱର ମହାନ୍ତି ମଞ୍ଚ ଆହ୍ଵାନ କରି ଥିଲେ।

Post a Comment

Previous Post Next Post