ବାଲିଆପାଳ ବାସନ୍ତୀ ପୂଜା ଆଜି ଅଶୋକାଷ୍ଟମୀରେ ପ୍ରବଳ ଭିଡ଼ ପରିଲକ୍ଷିତ।


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବସଷ୍ଟାଣ୍ଡ ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ବହୁ ପୁରାତନ ବାସନ୍ତୀ ପୂଜା ଗତକାଲି ସପ୍ତମୀରେ ସୁବର୍ଣ୍ଣରେଖା ନଦୀରୁ ଘଟଉତ୍ତୋଳନ କରାଯାଇ ପୂଜା ଶୁଭାରମ୍ଭ ହୋଇଛି।  ଆଜି ଦ୍ୱିତୀୟ ଦିବସ ଅଶୋକାଷ୍ଟମୀରେ ପୂଜାମଣ୍ଡପରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।ଦୁର୍ଗା ପୂଜା ପରି ବାସନ୍ତୀ ପୂଜା ମଧ୍ୟ ଏଠାରେ ୪ ଦିନ ଧରି ବେଶ ଧୁମ ଧାମରେ ଚାଲିଥାଏ।ଚଳିତ ବର୍ଷ ପାଗ ପ୍ରତିକୂଳ ଥିବା ସତ୍ତ୍ୱେ ପୂଜା କାର୍ଯ୍ୟକୁ ପରିଚାଳନା କମିଟିର ସଦସ୍ୟ ମାନେ ବେଶ ଉତ୍ସାହ ସହକାର ପୂଜା କାର୍ଯ୍ୟ ଆଗେଇ ନେଉଥିବା ଜଣାଯାଇଛି।ପଣ୍ଡିତ କମଳାକାନ୍ତ ପଣ୍ଡାଙ୍କ ତତ୍ୱା ବଧାନରେ ପଣ୍ଡିତ ନାରାୟଣ ପଣ୍ଡା,ଜଗନ୍ନାଥ ପଣ୍ଡା,କଟିଛୁଆ ପଣ୍ଡା,ଶଙ୍କର୍ଷଣ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟରେ ନିୟୁଜିତ ହୋଇଥିବା ବେଳେ ସହଯୋଗୀ ସଞ୍ଜୟ ବାରିକ,ମଧୁସୂଦନ ପ୍ରାମାଣିକ ଏବଂ କର୍ତ୍ତା କମଳାକାନ୍ତ ସାହୁ ପ୍ରମୁଖ ପୂଜା ଦାଇତ୍ୱରେ ରହିଛନ୍ତି।ପୁଜା କମିଟର ସଭାପତି ହେମନ୍ତ ଦାସ,ଉପସଭାପତି ଭାସ୍କର ଚନ୍ଦ୍ର ସାହୁ,ସମ୍ପାଦକ ଅଜୟ କୁମାର ସାହୁ,ଅଜିତ ପାତ୍ର,ପ୍ରାଣକୃଷ୍ଣ ସାହୁ,ପ୍ରିୟନାଥ ସେଠି,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗିରିଷ ଚନ୍ଦ୍ର ପାତ୍ର,ସାଧୁ ଭୋଳ, ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ,ପ୍ରଫୁଲ ବେହେରା,ରାମଚନ୍ଦ୍ର ବାରିକ ଓ ଅନ୍ୟ ସମସ୍ତ ସଦସ୍ୟମାନଙ୍କ ପୂର୍ଣ୍ଣ ସହଯୋଗରେ ପୂଜା କାର୍ଯ୍ୟ ଚାଲୁରହିଛି।ଆସନ୍ତା ୩୧ ତାରିଖ ଦଶ ହରାରେ ପୂର୍ଣ୍ଣାହୁତି ପରେ ପୂଜା କାର୍ଯ୍ୟ ସେଡ ହେବ ବୋଲି ଜଣା ଯାଇଛି।

Post a Comment

Previous Post Next Post