ଜଳେଶ୍ବର, ତା-୩୧/୩ (ଜଗନ୍ନାଥ ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତ ର କାଶିମପୁର (ଅମାଇଁଚଣ୍ଡି) ଗ୍ରାମର ବିଶିଷ୍ଟ ସମାଜସେବୀ, ପରୋପକାରୀ, ସରଳ, ମିଷ୍ଟଭାଷୀ, ନିଷ୍କପଟ ଓ ସଚ୍ଚୋଟ ବ୍ୟକ୍ତି ଭାବରେ ପରିଚିତ ସ୍ଵର୍ଗତ ଅକ୍ଷୟ କୁମାର ମହାନ୍ତିଙ୍କ ସ୍ମୃତିରେ ପ୍ରଥମ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଶିକ୍ଷକ ନେତା ଖଗେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଳେଶ୍ୱର ବ୍ଲକର ବିଡିଓ ପୁନମ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ବର୍ଗତ ଅକ୍ଷୟ ବାବୁଙ୍କ ଜ୍ୱାଇଁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ନଛିମପୁର ପଞ୍ଚାୟତର ସମିତି ସଭ୍ୟ ବ୍ରଜ ମୋହନ ପ୍ରଧାନ, ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଯେନା, ଓଡ଼ିଶାର ପୂର୍ବତନ ମହା ଡାକପାଳ ସନ୍ତୋଷ କୁମାର କାମିଳା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାଗବତ ପରିଡା, ସମାଜସେବୀ ସପନ କୁମାର ଦାସ, ବିଶ୍ୱନାଥ ଦାସ ମହାପାତ୍ର, କାଳିଚରଣ ଦାସ, ନିର୍ମଳ ଚନ୍ଦ୍ର ଦାସ, ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ସୁନୀଲ କୁମାର ଭୂୟାଁ, ବିଦ୍ୟାଧର ମହାନ୍ତି, ପୁତ୍ର ଅରୁଣ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥି ମାନେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ସ୍ଵର୍ଗତ ଅକ୍ଷୟ ମହାନ୍ତି ସ୍ଵର୍ଗତ ଗୌର ଗୋପାଳ ଦାସ ଓ ଜ୍ୱାଇଁ ବ୍ରଜ ମୋହନ ପ୍ରଧାନଙ୍କ ଖୁବ୍ ନିକଟତର ଓ ପରାମର୍ଶଦାତା ଭାବେ ଜଣାଶୁଣା ବ୍ୟକ୍ତି ଥିଲେ ବୋଲି ବକ୍ତବ୍ୟରେ କହିଥିଲେ। ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅନୁଗତ ମଧ୍ଯ ଥିଲେ। ସ୍ୱର୍ଗତ ମହାନ୍ତିଙ୍କ ଜ୍ୱାଇଁ ଡକ୍ତର ଜୟ ଗୋପାଳ ଜେନା, ଡକ୍ତର ଲଳିତ ରଞ୍ଜନ ସେନାପତି, ବ୍ରଜ ମୋହନ ପ୍ରଧାନ ଓ ସନ୍ତୋଷ କୁମାର ପ୍ରଧାନ ଓ ଝିଅ ସରୋଜ ବାଳା ଜେନା, ଚାରୁବାଳା ସେନାପତି, ମଞ୍ଜୁବାଳା ପ୍ରଧାନ, ମୋନାଲିଶା ପ୍ରଧାନଙ୍କ ସହିତ ପୁତ୍ର ଅରୁଣ କୁମାର ମହାନ୍ତି, ଅଶ୍ଵିନୀ କୁମାର ମହାନ୍ତି, ଅଶୋକ କୁମାର ମହାନ୍ତି, ପୁତ୍ରବଧୁ ଅନୁରାଧା ମହାନ୍ତି, ରୀତାରାଣୀ ମହାନ୍ତି ଓ ଅର୍ଚ୍ଚନା ମହାନ୍ତି ଏବଂ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ଗ୍ରାମରେ ମନ୍ଦିର, ସ୍କୁଲ, ରାସ୍ତା ଓ ପୋଖରୀ ମଧ୍ଯ ଖନନ ହୋଇ ପାରିଥିଲା। ସେଥିରେ ଗ୍ରାମବାସୀ ବହୁ ଉପକୃତ ହୋଇ ପାରିଛନ୍ତି।ସର୍ବୋପରି ଜଳେଶ୍ଵର ଜମାଳପୁର ରାସ୍ତା ହେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ସେ ତାଙ୍କର ଝିଅ ମଞ୍ଜୁବାଳା ପ୍ରଧାନଙ୍କୁ ୧୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ତଥା କୋଟସାହି ଗ୍ରାମ ପଞ୍ଚାୟତରେ ଦୁଇ ଥର ସରପଞ୍ଚ ଭାବେ ଅବସ୍ଥାପିତ କରାଇ ପାରିଥିଲେ।ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥି ମାନେ ତାଙ୍କର ଗୁଣ ଗାରିମା ବାବଦରେ ଆଲୋକପାତ କରିଥିଲେ।ସମସ୍ତ ଅତିଥି ପ୍ରଥମେ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଅଞ୍ଚଳ ତଥା ଗ୍ରାମର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ପ୍ରଥମ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ। ଜଳେଶ୍ଵର ଅଞ୍ଚଳରୁ ସମାଜସେବୀ ତଥା ଗୋବରଘଟା ସମିତି ସଭ୍ୟାଙ୍କ ପ୍ରତିନିଧି ଚନ୍ଦନ କୁମାର କର, ଆରୁହା ସମିତି ସଭ୍ୟାଙ୍କ ପ୍ରତିନିଧି ଶ୍ରୀକଣ୍ଠ ମହାନ୍ତି, ସୁଗୋ ସମିତି ସଭ୍ୟାଙ୍କ ପ୍ରତିନିଧି ସଞ୍ଜୟ କୁମାର ମହାନ୍ତି, ଖୁଳୁଡ଼ା ସମିତି ସଭ୍ୟ ଲକ୍ଷ୍ମୀଧର ବେହେରା, ଡିପିପୁର ସମିତି ସଭ୍ୟ ମୁକୁନ୍ଦ ରଞ୍ଜନ ଜେନା ଉପସ୍ଥିତ ହୋଇ ସ୍ୱର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଶେଷରେ ବିଡ଼ିଓ ପୁନମ ରାଉତ ସ୍ବର୍ଗତ ଅକ୍ଷୟ କୁମାର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଫିତା କାଟି ଉନ୍ମୋଚନ କରିଥିଲେ। ପୁତ୍ର ଅଶୋକ କୁମାର ମହାନ୍ତି ମଞ୍ଚ ଆହ୍ୱାନ କରିଥିଲା ବେଳେ ପୁତ୍ର ଅଶ୍ଵିନୀ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବିଶିଷ୍ଟ ସମାଜସେବୀ ପ୍ରୟାତ ଅକ୍ଷୟ କୁମାର ମହାନ୍ତିଙ୍କ ସ୍ମୃତିରେ ପ୍ରଥମ ଶ୍ରଦ୍ଧାଞ୍ଜଳି ସଭା ଓ ଜଳେଶ୍ଵର ବିଡିଓଙ୍କ ଦ୍ୱାରା ପ୍ରତିମୂର୍ତ୍ତି ଉନ୍ମୋଚିତ।
ଆଜତକ ଓଡ଼ିଶା
0
Post a Comment