ବଲାଙ୍ଗୀର :(ଗଣେଶ ଦାସ ) ରାଜ୍ଯ ଏଡସ ନିୟନ୍ତ୍ରଣ ସମିତି ସହାୟତାରେ ବଲାଙ୍ଗିର ଜିଲ୍ଲାରେ ପରିଚାଳିତ ଲିଂକ ୱାର୍କର ସ୍କିମ ପ୍ରକଳ୍ପ ମାଧ୍ୟମରେ ଉତ୍କଳ ସେବକ ସମାଜ ଦ୍ୱାରା ଏଚ୍ଆଇଭି ଏଡସ ପ୍ରତି ଘୃଣା ଓ ବାଛନ୍ଦ ଦୁର କରିବା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡ ପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ବ୍ଲକ ସ୍ତରୀୟ ସମସ୍ତ ସରକାରୀ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସରକାରୀ ଯୋଜନାରୁ ବଞ୍ଚିତ ବ୍ୟକ୍ତି ବିଶେଷ ଯେପରି ସରକାରୀ ସହାୟତା ପାଇ ପାରିବେ ସେଥି ପାଇଁ ଅନେକ ହିତାଧିକାରୀ ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଅଭିେଯାଗ ପତ୍ର ଓ ଆବଶ୍ଯକ କାଗଜ ପତ୍ର ଦାଖଲ କରିଥିଲେ । ଉତ୍କଳ ସେବକ ସମାଜ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ମହେନ୍ଦ୍ର ନନ୍ଦଙ୍କ ତତ୍ତ୍ୱାବଧାନରେ ବରକାନୀ ଗ୍ରାମର ଜଣେ ଏଚଆଇଭି ସଂକ୍ରମିତ ମା ଓ ତାଙ୍କର ଦୁଇ ଜଣ ନାବାଳିକା ଜିଲ୍ଲାପାଳଙ୍କ ନିକଟରୁ ୩୦ ହଜାର ଟଙ୍କା ଜୀବନ ଜୀବୀକା ପାଇଁ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସହାୟତା ରାଶି ର ଯେପରି ଉପଯୁକ୍ତ ବିନିଯୋଗ ହେବ ଏବଂ ଜୀବନ ଜୀବୀକା ର ପରିବର୍ତ୍ତନ ହେବ ସେଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଶ୍ରୀ ନନ୍ଦଂକୁ ପରାମର୍ଶ ଦେଇଥିଲେ । ସହାୟତା ପାଇ ମହିଳା ଜଣକ ବିଶେଷ ଆନନ୍ଦିତ ହୋଇ ଧନ୍ୟବାଦ ଜଣାଇଥିଲେ ।

Post a Comment