ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ରହି ନାହିଁ କେହି ରହିବେ ନାହିଁ ଭବ ରଙ୍ଗ ଭୂମିତଳେ।ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ।କଳାକୁ ବଞ୍ଚାଇ ରଖିଲେ ଦୁନିଆର ସବୁ ସ୍ଥାନରେ ଆପଣଙ୍କୁ ସମ୍ମାନ ମିଳିବ। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତ ଝିଞ୍ଜିପୁରା କାଳିମାତା ବଟେଶ୍ବର ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ କଳାକାର ସମ୍ବର୍ଦ୍ଧନା ସମାରୋହ ଓଡ଼ିଶା ଯାତ୍ରା ଜଗତର ନାୟକ ତଥା ବାଲେଶ୍ଵର ଯାତ୍ରା କଳାକାର ସଂଘର ଅଧ୍ୟକ୍ଷ ଗୈାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ।ମାଆ-ବାପାଙ୍କୁ କେବେ ଅସମ୍ମାନିତ ନକରିବାକୁ ପରାମର୍ଶ ଦେଇଥିଲେ। ନିଜର ଅୟସ ଆରାମ ପାଇଁ ଆମେ ମାଆ-ବାପାଙ୍କୁ ଅନାଥ ଆଶ୍ରମରେ ଛାଡ଼ିଲେ କାଲି ଆମ ପିଲାମାନେ ଆମକୁ ଅନାଥ ଆଶ୍ରମର ରାସ୍ତା ଦେଖାଇବେ ବୋଲି ଭାବି ବିହ୍ବଳ ହୋଇ କହିଥିଲେ ଗୈାର।ଝିଞ୍ଜିପୁରା କାଳିମାତା ବଟେଶ୍ବର ନାଟ୍ୟ ସଂସଦ ନିଶ୍ଚୟ ଓଡ଼ିଶା ଯାତ୍ରା ସଂଘରେ ସ୍ଥାନ ପାଇବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଧକ୍ଷ ଗୈାର ଦାସ। ଝିଞ୍ଜିପୁରା ଭଳି ଗୋଟିଏ ଛୋଟ ଗ୍ରାମରେ କଳାକୁ ଉଜ୍ଜିବୀତ କରି ରଖିଥିବାରୁ କଳାକାର ମାନଙ୍କ ପାଇଁ ଏକ ପ୍ରେରଣା ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି କହିଥିଲେ। ଏହି ପରିପେକ୍ଷିରେ ଗ୍ରାମର ୪୧ ଜଣ କଳାକାରଙ୍କୁ ମାନପତ୍ର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ଅତିଥି ମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଳାକାର ସମ୍ବର୍ଦ୍ଧନା ସମାରୋହ ଗ୍ରାମର ବରିଷ୍ଠ ନାଗରିକ ସୁରେନ୍ଦ୍ର ରାଉତ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଗୈାର ଦାସ, ମୁଖ୍ୟ ବକ୍ତା ରଘୁନାଥ ମହାନ୍ତି ଉଭୟ ସଭାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବସ୍ତା କଳାକାର ସଂଘର ସଭାପତି ବିଜୟ କୁମାର ଜେନା,ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ କୁମାର ନାୟକ,ବରୁଣ ଗଡିଆ ସରପଞ୍ଚ କରୁଣାକର ମଲ୍ଲିକ,ସମିତି ସଭ୍ୟ ରମାକାନ୍ତ ସେଠୀ, ସମାଜସେବୀ ସୁଧାଂଶୁ ଶେଖର ଜେନା,ଝିଞ୍ଜିପୁରା ଗ୍ରାମର ଓ୍ବାର୍ଡ ସଭ୍ୟ ତଥା କଳାକାର ନିରଞ୍ଜନ ଗିରି, ମଧୁସୁଦନ ଗିରି, କରୁଣାକର ପରିଡ଼ା, ଦେବେନ୍ଦ୍ର ଗିରି, ଗୋହିନ ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ସଭା ଆରମ୍ଭରେ କାଳିମାତା ବଟେଶ୍ବର ନାଟ୍ୟ ସଂସଦର ସଭାପତି ତଥା ନିର୍ଦ୍ଦେଶକ ବିଶ୍ବନାଥ ବେହେରା ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ପଣ୍ଡିତ ଦେବଦତ୍ତ ପଣ୍ଡା ବେଦପାଠ କରିଥିଲେ। ଆୟୋଜକ ଝିଞ୍ଜିପୁରା କଲଚୋରାଲ ଆସୋସିଏସନର ସମସ୍ତ ସଦସ୍ୟ ସଭା ପରିଚାଳନାରେ ସହଯୋଗ କରିଥିଲେ।

Post a Comment