ନୂଆପଡ଼ା (ପରମେଶ୍ୱର ମେହେର) ଗଣମାଧ୍ୟମ କୁ ଗଣତନ୍ତ୍ର ର ରକ୍ଷକ ବୋଲି କୁହାଯାଏ ।ଏଭଳି ଏକ ସଫଳ କାର୍ଯ୍ୟ କରି ଦେଖାଇଛନ୍ତି ନୂଆପଡ଼ା ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନେ।ଗତ କିଛି ଦିନ ତଳେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଇରଗାଁ ର ସୋନିଆ ଜଗତ ଓ ଟିକଚନ ଦୀପ ଉଭୟ ପତି ପତ୍ନୀ ନିଜ ପେଟ ପୋଷିବା ପାଇଁ ମଧ୍ୟସ୍ଥି ଦଲାଲ ଲଛ ନାଗ ଙ୍କ ସହଜୋଗ ରେ ଆନ୍ଧ୍ରର ୟାଦଗିରି ଜିଲ୍ଲା ଛୋଟୁପଲ୍ ସହରର ଏନକେ ରେଡ୍ଡୀ ଗୁନମ୍ ର ଲଛମିଆ ସେଟ୍ ପାଖକୁ ଦାଦନ ଖଟିବାକୁ ପାଇଁ ଯାଇଥିଲେ। ଟିକଚନ ଦୀପଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ସେ କାର୍ଯ୍ୟ କରି ଯାଇନଥିବାରୁ ସେଟ୍ ଓ ମୁଙ୍ଗସି ଏକାଠି ହୋଇ ଟିକଚନ୍ ଙ୍କ ସହ ତାଙ୍କ ପତ୍ନୀ ଙ୍କୁ ମଧ୍ୟ ନିଜ ମନ ଇଚ୍ଛା ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିଥିଲେ।ପରେ ଦୁହି ଜଣ ଏକ ଭିଡିଓ କରି ମୋବାଇଲ ମାଧ୍ୟମରେ ଆମ ଗଣ ମାଧ୍ୟମ ପ୍ରତିନିଧି ଭୁବନେଶ୍ୱର ପାଣ୍ଡେ ଙ୍କୁ ଜଣାଇଥିଲେ।ଫଳରେ ବିଷୟର ତଦନ୍ତ କରି ଆମ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ପ୍ରସାରଣ ଓ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ଟୁଲୁ ବାବୁଙ୍କ ସହଯୋଗ କ୍ରମେ ଖୁସିର ସହ ଗତ ସୋମବାର ଦିନ ଘରକୁ ପହଞ୍ଚିଥିଲେ।ଶ୍ରମିକ ଯୁଗଳ ଗ୍ରାମକୁ ସୁରକ୍ଷିତ ସହ ପହଞ୍ଚିଥିବା ରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Post a Comment