କଣ୍ଟାବାଞ୍ଜି ଝାଙ୍କର ପଡ଼ା ବିଦ୍ୟାଳୟ ଠାରେ ୱାର୍ଡ ନମ୍ୱର୍ ୧୪ ଏବଂ ୱାର୍ଡ ନମ୍ୱର୍ ୧୫ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ମିଳିତ ଭାବରେ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଆରମ୍ଭ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ଝାଙ୍କର ପଡ଼ା ବିଦ୍ୟାଳୟ ଠାରେ ୱାର୍ଡ ନମ୍ୱର୍ ୧୪ ଏବଂ ୱାର୍ଡ ନମ୍ୱର୍ ୧୫ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ମିଳିତ ଭାବରେ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟ କ୍ରମରେ ତ୍ରିରଙ୍ଗ ଥାଳି ଏବଂ ମାଣ୍ଡିଆ ର ଉପକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସ୍ଵଂୟ ସହାୟକ ଗୋଷ୍ଠୀ ଏବଂ କିଶୋର କିଶୋରୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରେଲି ମଧ୍ୟ ବାହାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୱାର୍ଡ ନମ୍ୱର୍ ୧୪ ଏବଂ ୱାର୍ଡ ନମ୍ୱର୍ ୧୫ ର ଅଙ୍ଗନୱାଡ଼ି କର୍ମୀ, ଆସା କର୍ମୀ, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଏବଂ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post