ଶାନ୍ତିଆ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକକାଳୀନ ୩ ଶିକ୍ଷକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ


ଜଳେଶ୍ୱର ୧୩/୩ (ଜଗନ୍ନାଥ ଗୋଛୟତ) ଜଳେଶ୍ବର ବ୍ଲକ ଗଣ ଶିକ୍ଷକ/ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ଜଳେଶ୍ବରର ଆୟୋଜନରେ ଶାନ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକକାଳୀନ ୩ ଜଣ ଶିକ୍ଷକଙ୍କ ଅବସରକାଳୀନ ସଭା ଗତକାଲି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଶିକ୍ଷକ ସରୋଜ କୁମାର ଜେନା ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ଜଳେଶ୍ବର ଏବିଇଓ ଅଜୟ କୁମାର ଜେନା ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଏବିିଇଓ କପିଳେଶ୍ୱର ମହାନ୍ତି ଯୋଗ ଦେଇ ଶିକ୍ଷକତା ଏକ ବୃତ୍ତି ନୁହେଁ ବରଂ ନିଶା ବୋଲି ପ୍ରତିପାଦନ କରି ଶିକ୍ଷକର ଅବସର ନ ଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଶାନ୍ତିଆ ସରକାରୀ ଉ:ପ୍ରା: ବିଦ୍ୟାଳୟର ସରକାରୀ ଶିକ୍ଷକ ଦିଲ୍ଲୀପ କୁମାର ସେଠୀ, ନିଖିଳ ଉତ୍କଳ ଶିକ୍ଷକ ସଙ୍ଘ ଜଳେଶ୍ୱରର ସମ୍ପାଦକ କୁମୁଦ ରଞ୍ଜନ ଜେନା,ସାମ୍ବାଦିକ ଦୁର୍ଗା ଶଙ୍କର ଗିରି, ମାନସ ରଞ୍ଜନ ଆଚାର୍ଯ୍ୟ, ସୁବୋଧ ବିହାରୀ ପାଳ ଓ ମହେଶ୍ୱର ଘୋଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ବୁଦ୍ଧଦେବ ଜେନା ଅତିଥି ପରିଚୟ କରିଥିଲେ।ଶିକ୍ଷକ ମହେଶ୍ୱର ଘୋଷ ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ଆଚାର୍ଯ୍ୟ ଓ ଶିକ୍ଷକ ସୁବୋଧ ବିହାରୀ ପାଳ ସମ୍ୱର୍ଦ୍ଧନା ପତ୍ର ପାଠ କରିଥିଲେ । ଶେଷରେ ଶିକ୍ଷକ ନିଶିକାନ୍ତ ପାଣଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଅବସର ଗ୍ରହଣ କରିଥିବା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଭାନୁ ଚରଣ ମାହାଲ ଓ ବନ୍ଦନା ମିଶ୍ରଙ୍କୁ ଏହି ଅବସରରେ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସରୋଜ କୁମାର ଜେନା, ଶ୍ରୀମାତ ମୁର୍ମୁ, ମୁରଲୀ ମହାପାତ୍ର, ସବିତା ଦାସ, ରାମ ଚନ୍ଦ୍ର ଦଳେଇ, ସନ୍ଧ୍ୟାରାଣୀ ବେହେରା, ବିନତୀ ଜେନା, ବୁଦ୍ଧିମଣି ଜେନା, ଶ୍ରାବଣୀଲତା ସାଶମଲ୍ ପ୍ରମୁଖ ସଂଘର କର୍ମକର୍ତ୍ତା ମାନେ ପରିଚାଳନା ଓ ସହଯୋଗ କରିଥିଲେ।

Post a Comment

Previous Post Next Post