ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପାଞ୍ଚ ନମ୍ବର ୱାର୍ଡରେ ପାଣି ସମସ୍ୟା


ଭବାନୀପାଟଣା: ୧୩/୩ (ଶ୍ୟାମସୁନ୍ଦର ମାଝୀ) ବିଗତ ଦିନର ରୁ ପାଣିର ସମସ୍ୟା ହେଇ ଆସୁଛି କିନ୍ତୁ କୌଣସି ସରକାରୀ କର୍ମଚାରୀ କିମ୍ବା ନିର୍ବାଚିତ ପ୍ରତିନିଧି ଙ୍କୁ ବାରମ୍ବାର ଦୃଷ୍ଟି ଗୋଚର କଲେ ମଧ୍ୟ ଆଜି ଯାଏ ତାହାର ସମସ୍ୟା ସମାଧାନ ହେଇନି । ଯାହା ଫଳରେ ଲୋକେ ପାଣି ପାଇଁ ହସ୍ତତନ୍ତ ହେଇ ପଡୁଛନ୍ତି । ଧର୍ମଗଡ ପାଣି ଟାଙ୍କିଠାରୁ ବସ୍ତିପଡା ଦେଇ ତେନ୍ତୁଳିଆପଡାକୁ ଆଜକୁ ଦୁଇବର୍ଷ ହେବ, ପାଣି ପାଇପ ସଂଯୋଗ ହେଇଛି । ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସମସ୍ତ ୱାର୍ଡରେ ପାଣି ପାଇଛନ୍ତି । କିନ୍ତୁ ୱାର୍ଡ ନଂ-୫ ତେନ୍ତୁଳିଆପଡାରେ ପାଇପ ପାଣିର ସୁବିଧା ନାହିଁ । କାରଣ ବଶତଃ ଛୋଟ ପୋଲରେ ବସ୍ତିପଡା ଓ ତେନ୍ତୁଳିପଡା କୁ ସଂଯୋଗ କରାଯାଇଥିବାରୁ ବସ୍ତିପଡାରୁ ଆଗକୁ ପାଣି ଯାଇପାରୁନାହିଁ । ଏହି ବିଷୟକୁ ତୁରନ୍ତ ଗୁରୁତ୍ୱ ନ ଦେଲେ ଆଗାମୀଦିନରେ ଗ୍ରାମବାସି ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟଲୟ ଠାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦେବା ପାଇଁ ଚେତାବନୀ ଦେଇଛନ୍ତି । ବୀରେନ୍ଦ୍ର ମାଝୀ,ରୋହିତ ଦୁର୍ଗା,ଭିକାରି ନାଏକ,କଇମତି ଦୁର୍ଗା, ଯୌବନ ମାଝୀ,ଯଶୋବନ୍ତି ନାଏକ,ସମାଜସେବାରେ ସର୍ବଦା ଜଡିତ ଥିବା ସମାଜସେବିକା ସଳିମା ସେଠିଆ,ଲଷ୍ମୀଧର ବଣିଆ,ଚିନ୍ତା ବଣିଆ,ବଇଦ ବଣିଆ,ହେମଲତା ବଣିଆ,ଅନୁମତି ବଣିଆ,କୁନ୍ତୀ ନାଏକ ସମେତ ଅନେକ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଲୟ କୁ ଯାଇ ଉପଜିଲ୍ଲାପାଳ ନ ଥିବାରୁ ସହକାରୀ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ ।

Post a Comment

Previous Post Next Post