ଖଡ଼ିଆଳ,(ଆଜତକ୍ ଓଡ଼ିଶା) ସୌରି ସାହିତ୍ୟ ସଂସ୍କୃତି ଚେରିଟେବୁଲ ଟ୍ରଷ୍ଟର ଷଷ୍ଠତମ ବାର୍ଷିକ ଉତ୍ସବ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନର ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ତଥା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ଯାପକ ବିଜୟ କୁମାର ବାରିକ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ଡକ୍ଟର ଫଣିନ୍ଦମ ଦେଓ , ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ଓ ଆଲୋଚକ ଭାବରେ ଅଧ୍ଯାପକ କନକବର୍ଦ୍ଧନ ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ତଥା ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ସଂପାଦକୀୟ ବିବରଣୀମୂଳକ ଅଭିବ୍ଯକ୍ତି ଉପସ୍ଥାପନ କରିଥିଲେ। କବି ମିୟୋଗ ରଞ୍ଜନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଉପେନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ମୁକୁନ୍ଦିଲାଲ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଞ୍ଜିବନୀ ସୁଧା ରଥ , ବିଶିଷ୍ଟ ଅତିଥି ଭାବରେ ସୁସାହିତ୍ଯିକ ବଳଭଦ୍ର ମହାନ୍ତି , ସମ୍ମାନିତ ଅତିଥି ଭାବରେ ଅଞ୍ଚଳ କବି ଯୋଗ ଦେଇଥିଲେ।

Post a Comment