ନାମକୁ ମାତ୍ର ପ୍ରକଳ୍ପ ......
ହରଭଙ୍ଗା ୧୩/୩ (ସୁଶାନ୍ତ କୁମାର ବେହେରା) ଚାଷୀ ଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ତିଆରି କରିଛନ୍ତି । ଏପରିକି ଚାଷ କ୍ଷେତ୍ର ରେ ପାଣି ହେଉଛି ମୁଖ୍ୟ, ଏନେଇ ସରକାର ଚାଷୀ ଙ୍କ ପାଇଁ ବରୱେଲ ଠୁ ଆରମ୍ଭ କରି , ଉଠା ଜଳସେଚନ, ଆନିକଟ ଭଳି ବିଭିନ୍ନ କ୍ଷେତ୍ର ରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପଟେ ସରକାର ବିଭିନ୍ନ ଯୋଜନା ନା ରେ ବାହାବାହା ନେଉଥିବା ବେଳେ କିନ୍ତୁ ବାସ୍ତବ କ୍ଷେତ୍ର ରେ ଦେଖିବାକୁ ଗଲେ ତୃଣ ମୂଳସ୍ତର ବିଭାଗୀୟ କର୍ମଚାରୀ ଓ ଠିକାଦାର ମଧୁ ଚନ୍ଦ୍ରିକାପାଇଁ ସରକାର ଙ୍କ ମହତ ଯୋଜନା ଟି ଫିକା ପଡିବା ସହ ସୁଫଳ ଯୋଜନା ଗୁଡିକ ଫେଲ ମାରୁଛି । ଏଭଳି ଏକ ଅଭିଯୋଗ ଆଣିଛନ୍ତି ହରଭଙ୍ଗା ବ୍ଲକ ବଳରାମପୁର ଓ ମଧୁସୂଦନ ପୁର ଗ୍ରାମର ଚାଷୀ । ସୂଚନା ମତେ ମୁଖ୍ୟତଃ ଉକ୍ତ ଉଭୟ ଗ୍ରାମ ର ଚାଷୀଙ୍କ ସୁବିଧା ଦୃଷ୍ଟି ରୁ ଚିଲାଖଣ୍ଡି ନାଳ ର ବଳରାମପୁର ସରହ୍ରଦ ନିକଟରେ ଗତ ୨୦୨୧-୨୨ ମସିହା ରେ ୨୦ଲକ୍ଷ୍ୟ ଟଙ୍କା ବୟବରାଦ ରେ ପୁରୁଣା କଟକ କ୍ଷୁଦ୍ରଜଳସେଚନ ବିଭଗ ପକ୍ଷରୁ ନାଳଉପରେ ଆନିକଟ ନିର୍ମାଣ କରାଯାଇଥିଲା । କିନ୍ତୁ ଯନ୍ତ୍ରୀ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚେକ ଡ୍ୟାମ ର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେବା ସହ ଆଜି ପର୍ଯ୍ୟନ୍ତ ଡ୍ୟାମ ରେ ଗେଟ ଲାଗିପାରିଲା ନାହିଁ । ଫଳରେ ପାଣି ରହିବା ପରିବର୍ତ୍ତେ ଖୋଲା ମେଲା ସହ ଶୁଖିଲା ପଡିଛି ଉକ୍ତ ଡ୍ୟାମ । ସରାକର ଙ୍କ ଏପରି ଯୋଜନା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧୂଳି ରେ ମିଶିବା ଏହା କାହା ସ୍ୱାର୍ଥ ରେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରନ୍ତି ।ଏପଟେ ବିଲ ଉଠାଇ ଠିକାଦାର ଯନ୍ତ୍ରୀ ମାଲେ ମାଲ ହୋଇଥିବା ବେଳେ ସ୍ଥାନୀୟ ଚାଷୀ ପାଣି ପାଇଁ ଜଳକା ହୋଇ ଅନେଇ ବସିଛନ୍ତି । ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଡ୍ୟାମ କାର୍ଯ୍ୟ ର ପୁନଃରୁଦ୍ଧାର କରାଯାଇ ଚାଷ କ୍ଷେତ୍ର ରେ ନିର୍ଭର କରୁଥିବା ଉଭୟ ଗ୍ରାମର ଚାଷୀ ଙ୍କୁ ପାଣି ଯୋଗାଇ ଦେବାକୁ ଚାଷୀଙ୍କ ଭିତରେ ଦାବୀ ହେଉଛି ।
Post a Comment