ସୂଚନା ମୁତାବକ ପ୍ରଭାତ ଆଜି ଦିନ ପ୍ରାୟ ୧୨ଟା ସମୟରେ ବିଲକୁ ଘାସକାଟିବା ପାଇଁ ଯାଇଥିଲେ । ସେଠାରେ ପୂର୍ବରୁ ବିଦ୍ଯୁତ୍ ତାର ଛିଣ୍ଡି ପଡ଼ିଥିବାର ସେ ଜାଣିପାରିନଥିବା ବେଳେ ଘାସକାଟିବା ସମୟରେ ସେ ତାରଟିକୁ ଧରିପକାଇଥିଲେ । ତେବେ ଦିନ ପ୍ରାୟ ୨ଟା ବେଳକୁ ପ୍ରଭାତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ବିଲରେ ପଡିଥିବା ଜାଣି ସଙ୍ଗେ ସଙ୍ଗେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ କମର୍ଦ୍ଦା ଥାନା ପକ୍ଷରୁ କେସ୍ ନମ୍ବର ୪/୨୩ରେ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରାଯିବା ସହିତ ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ 'ପ୍ରମେୟ' ଉତ୍ତର ଓଡିଶା ସଂସ୍କରଣର ମୁଖ୍ୟ ସତ୍ୟଶିବ ଦାସ, ଗବଗାଁ ସରପଞ୍ଚ ସୁଭସ୍ମିତା ଦେ, ସମିତି ସଭ୍ୟା ପୂର୍ଣ୍ଣିମା ଗିରି, ଲକ୍ଷ୍ମୀଧର ଦେ, ତପନ କୁମାର ଦେ, ଅନନ୍ତ ଦତ୍ତ.ହିମାଂଶୁ ଦତ୍ତ. କାହୁ ଗିରି. ଗୌରାଙ୍ଗ ଜେନା.ପବନଦତ୍ତ. ବିରେନ୍ଦ୍ରଦେ.ଦୁଲାଲ ପ୍ରଧାନ. ସଞ୍ଜୀବ କୁମାର ଦେ, କବି ସୁକୁମାର ଦାସ, ଆରୁହାବୃତ୍ତି ନମ୍ବର-୧ ପଞ୍ଚାୟତର ସରପଞ୍ଚ ଗୀତରାଣୀ ଜେନା, ସମିତି ସଭ୍ୟା ଅଞ୍ଜଳି ଜେନା, ବାରବାଟିଆ ଗ୍ରାମର ସଭାପତି ଯୋଗେନ୍ଦ୍ର ନାଥ ପାଳ, ସମ୍ପାଦକ ଦେବବ୍ରତ ଦେଙ୍କ ସମେତ ବହୁ ବିଷିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁଶଯ୍ଯା ନିକଟରେ ସୁନିଲ ଜେନା, ପ୍ରଦୀପ ଦତ୍ତ, ବାଦଲ ଜେନା, ଅତୁଲ ଦେ, ପ୍ରଫୁଲ୍ଲ ଦତ୍ତ, କାର୍ତ୍ତିକ ଜେନା, ମିରୁଦ ଦତ୍ତ, ରାଜୁ ଦତ୍ତ, ପ୍ରତାପ ଜେନା ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶେଷଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଝିଅ ଜ୍ଵାଇଁ, ନାତି ନାତୁଣି ଓ ଏକ ମାତ୍ର ପୁତ୍ର ପ୍ରାଣେନ୍ଦୁ ମୁଖାଗ୍ନି ଦେଇଥିଲା ବେଳେ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପ୍ରକାଶ ଥାଉକି ପ୍ରଭାତ ଜଣେ ଖୁବ୍ ମେଳାପି, ମିଷ୍ଟଭାଷୀ, ପରୋପକାରୀ ତଥା ଜଣେ ସୁସଙ୍ଗଠକ ଥିଲେ ।
ଭୋଗରାଇ (ଚିନ୍ମୟ କୁମାର ଦାସ)୨୭/୩ ଭୋଗରାଇ ବ୍ଲକ ଗବଗାଁ ପଞ୍ଚାୟତ ଅଧୀନ ନିଳପୁରା ଗାଁରେ ସୋମବାର ବିଦ୍ଯୁତ୍ ସଂସ୍ପର୍ଶରେ ଆସି ଜଣେ ନିରୀହ ଲୋକର ଜୀବନ ଯାଇଛି । ମୃତ ବ୍ଯକ୍ତି ଜଣକ ହେଉଛନ୍ତି ସେହି ଗାଁର ସ୍ବର୍ଗତ ଯାଦବେନ୍ଦ୍ର ଜେନାଙ୍କ ପୁଅ ପ୍ରଭାତ କୁମାର ଜେନା (୫୫) ।
Post a Comment