ସୁବର୍ଣ୍ଣପୁର (ଗଣପତି ବାଘ) କୃଷି ଯନ୍ତ୍ରପାତି ଯୋଗାଇଦେବା ନାଁରେ ୫ ଲକ୍ଷ ୭୦ ହଜାର ଟଙ୍କା ଠକେଇ । ଅଭିଯୁକ୍ତକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରେ ଦୁଇ ଜଣ ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ସ୍ଥାନୀୟ ବିରମହାରାଜପୁର ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ଠକେଇର ଶିକାର ହୋଇଥିବା ଚାଷୀ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ଗ୍ରାମର ରବି ସେଠୀ ଓ ବାଘଲପୁର ଗ୍ରାମର ସୌମିତ୍ରୀ ପଧାନ । ସେମାନଙ୍କ ଠାରୁ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ତୁଟାମୁଣ୍ଡା ଗ୍ରାମର ବାବୁଲାଲ ଛନ୍ଦ ଠକି ଥିବା ଅଭିଯୋଗ ହୋଇଥିଲା । ସୌମିତ୍ରୀଙ୍କ ଅଭିଯୋଗମତେ ବାବୁଲାଲ ତାଙ୍କୁ କୃଷିଯନ୍ତ୍ରପାତି ଯୋଗାଇଦେବାର ମାଲିକାନାପତ୍ର ଦେଖାଇ ବିଶ୍ବାସ ଜନ୍ମାଇ ଥିଲା । ଏନେଇ ସେ ଗତ ୮ ଅଗଷ୍ଟ ୨୦୨୧ ରେ ନଗଦ ୨ ଲକ୍ଷ ଟଙ୍କା ନେଇଥିଲା । ସେହିପରି ହିକୁଡି ଗ୍ରାମର ନିରଞ୍ଜନ ସେଠୀ ଙ୍କୁ ମଧ୍ୟ ଅନୁରୂପ ଭାବ କୃଷି ଯନ୍ତ୍ରପାତି ଯୋଗାଇ ଦେବି କହି ଗତ ୨୨/୭/୨୨ରେ ୩୦ହଜାର ଟଙ୍କା, ୨/୮/୨୨ ରେ ୭୦ ହଜାର ଟଙ୍କା ଓ ଜମା ଖାତାରେ ୧ ଲକ୍ଷ ୭୦ ଜହାର ଟଙ୍କା ନେଇଥିଲା । ଟଙ୍କା ନେଲା ପରଠାରୁ ସେ କୃଷି ଯନ୍ତ୍ରପାତି ଦେଇ ନ ଥିବା ବେଳେ ଧରାଛୁଆଁ ମଧ୍ୟ ଦେଇ ନ ଥିଲା । ଏପରିକି ଗତ ୧୪/୧୨/୨୦୨୨ରେ ଏକ ଅର୍ଥବିହିନ ଚେକ ଦେଇଥିଲା । ତେବେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ।

Post a Comment