ମହାନଦୀ କୂଳ ବାସୀଙ୍କୁ ପାଣି ନିଅଣ୍ଟ


ହରଭଙ୍ଗା :୨୬/୩ (ସୁଶାନ୍ତ କୁମାର ବେହେରା) ଗ୍ରୀଷ୍ମ ଋତୁର ଆରମ୍ଭରୁ ଜଳ ସଙ୍କଟ। ପାଣି ଟୋପାଏ ପାଇଁ ହାହା କାର ମଣିଷ ଓ ଜୀବଜନ୍ତୁ। ଏମିତି ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଙ୍କୁଲୋଇ ଗ୍ରାମପଂଚାୟତ ଅତର୍ଗତ ମହାନଦୀ କୂଳରେ ଅବସ୍ତିତ ୩ନମ୍ବର ୱlର୍ଡ ରାଉତପଡା ଗ୍ରାମରେ। ମହାନଦୀ କୂଳରେ ଥାଇ ମଧ୍ୟ ଶୋଷମେଣ୍ଟୁନି ଗ୍ରାମବାସୀଙ୍କ । ଗ୍ରାମରେ ୨୦୦ପରିବାର ବସବାସ କରୁଥିବା ବେଳେ ନଳକୂପ ଗୁଡ଼ିକରୁ ପାଣି ଆସୁନାହିଁ ତତସହିତ ଗ୍ରାମର ଦୁଇଟି କୂଅ ସଂପୂଣ୍ଣଂ ସୁଖୀ ଯାଇଛି । ବାଧ୍ୟ ହୋଇ ଗ୍ରାମବାସୀ ଚାଷଜମିରେ ଥିବା କୂଅ ଗୁଡିକର ଗୋଳିଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି । ଗ୍ରୀଷ୍ମ ର ପ୍ରଭାବ ବୃଦ୍ଧି ପାଉଥିବା ସକାଶେ ଏହି କୂଅ ଗୁଡିକର ପାଣି ମଧ୍ୟ ଖୁବ ଅଳ୍ପ ଦିନ ଭିତରେ ଶୁଖିଯିବର ଦେଖାଯାଉଛି । ନିକଟରେ ଥିବା ମହାନଦୀ ପାଣି ଆଣିବାପାଇଁ ବାଲିରେ ୩କିଲୋମିଟର ଯିବାକୁ ପଡୁଛି ଏଠାକାର ମହିଳା ମାନଙ୍କୁ । ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ବହୁକଷ୍ଟରେ ମୁଣ୍ଡରେ ମୁଣ୍ଡେଇ ତତଲା ବାଲିରେ ୩କିଲୋମିଟର ମହାନଦୀରୁ ପିଇବା ପାଣି ଆଣିବାକୁ ପଡୁଛି । ଯଦି ମଣିଷଙ୍କ ପିଇବାପାଣି ପାଈଁ ଏପରି ଅସୁବିଧା ତାହାହେଲେ ଏଠାକାର ଗୋରୁ, ଗାଈ ଓ ଛେଳି, ମେଣ୍ଢାଙ୍କ ଅବସ୍ଥା କଣ ହେଉଥିବା ଏଥିରୁ ଅନୁମେୟ।ଗ୍ରାମ ନିକଟରେ ପାଣିଘରା ଠାରେ ସରକାରଙ୍କ ଦ୍ୱାରା ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ମହାନଦୀରୁ ହରଭଙ୍ଗା ବ୍ଲକକୁ ପିଇବାପାଣି ଯୋଗାଇଦେବାର ଯୋଜନା ଥିଲେ ମଧ୍ୟ ପ୍ରକଳ୍ପର କାମ ଏତେ ମନ୍ଥରଯେ ୫ବର୍ଷ ହେଲାଣି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନି!କିନ୍ତୁ ସରକାର ବିଭିନ୍ନ ପ୍ରକଳ୍ପ ନାମରେ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି୍ । ଗ୍ରାମବାସୀଙ୍କ ମତ ଅନୁଯାଇ ଏହି ଜଳ ସଙ୍କଟ ବିଷୟରେ ପ୍ରତିବର୍ଷ ସବୁପ୍ରକାର ସରକାରୀ ସ୍ଥରରେ ଜଣାଇଲେ ମଧ୍ୟ କିଛିବି ଫଳପ୍ରଦ ହେଉନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଗ୍ରାମର ଏହି ପାଣି ସମସ୍ୟା ଯଥାଶୀଘ୍ର ଦୂର କରାନଯାଏ କିମ୍ବା ଟେଙ୍କର ମାଧ୍ୟମରେ ପିଇବା ପାଣିର ବ୍ୟବସ୍ଥା ନକରାଯାଏ ଖୁବ ଶୀଘ୍ର ବ୍ଲକ ଅଫିସ, ପାନୀୟଜଳ ଓ ପରିମଳ ଅଫିସ ଘେରାଉ ସହିତ ରାଜପଥ ଅବରୋଧ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। 

Post a Comment

Previous Post Next Post