ବଦଘୁମେରେ ଶ୍ରୀରାମ ଚରିତ ମାନସ ପାରାୟଣ


ଧର୍ମଗଡ/ବେହେରା,(ପ୍ରଦୀପ ସେଠୀଆ) ଧର୍ମଗଡ ବ୍ଲକ ବଡଘୁମର     ଆମ୍ବ ବଗିଚା  ପୂଜା ମଣ୍ଡପ ଠାରେ  ଷଷ୍ଠତମ ଶ୍ରୀରାମ ଚରିତ ମାନସ ପାରାୟଣ ଓ ନାମଯଜ୍ଞ  ଅନୁଷ୍ଠିତ  ଯାଇଛି।ଏହି କାର୍ଯ୍ୟକ୍ରମ  ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଜ୍ଞ କର୍ତ୍ତା ଭାବେ ନିରାକାର ଗୋପାଳ ଓ ତାଙ୍କ ଧର୍ମପତ୍ନୀ ଗଙ୍ଗାଦେଇ  ଗୋପାଳ ,ପୂଜକ ଓ ବ୍ୟାସ ବୈଳୋଚନ ପଣ୍ଡା , ପ୍ରବଚିକା ଜଗନ୍ନାଥ  ସଂସ୍କତି  ପୁରୀ ମାନସ କୁମୁଦିନି  ,ସରୋଜିନୀ ଦେବୀ ଦାୟିତ୍ଵ ତୁଲାଉଛନ୍ତି। ଉକ୍ତ କାର୍ଯ୍ୟକ୍ରମର  ପ୍ରଥମ ଦିବସରେ  ଧର୍ମଗଡ ଏନଏସି   ଉପାଧ୍ୟକ୍ଷା  ମନିଷା ମୁଣ୍ଡ ମିଶ୍ର ଓ ବିବେକ ରଜନ ମିଶ୍ର ,ଘନଶ୍ୟାମ ଅଗ୍ରୱାଲ ଯୋଗଦାନ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ  ଲକ୍ଷ୍ମୀକାନ୍ତ  ଗୋପାଳ ,ଦେବରାଜ ଗୋପାଳ ,ମୋହନଲାଲ  ଗୋପାଳ ,ଭିକାରୀ ଗୋପାଳ, ତୁଳସି ରାମ ଯୁଏଡ  ସହଯୋଗ  କରିଛନ୍ତି।

Post a Comment

Previous Post Next Post