ନାମ୍ପୋ ପଞ୍ଚାୟତରେ ସରକାରୀ ଯୋଜନାରେ ଲାଗୁନି ଫଳକ, ଦୀର୍ଘ ୧ ବର୍ଷ ହେଲା ଜଳୁନି ବିଭିନ୍ନ ଷ୍ଟ୍ରୀଟ ଲାଇଟ !


ଜଳେଶ୍ୱର ୨୧/୩ (ଜଗନ୍ନାଥ ଗୋଛୟତ) ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଓ ଗରିବ ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ ଯୋଜନା ପ୍ରଣୟନ କରିଛନ୍ତି।ମାତ୍ର ସେ ସବୁ ଯୋଜନା ଗୁଡ଼ିକ ପ୍ରଶାସନର ଫାଇଲ ତଳେ ଚାପି ହୋଇ ରହିଯାଉଛି।ଏପରି ଏକ ଘଟଣା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି।ଦୀର୍ଘ ୫ ବର୍ଷ ପୂର୍ବରୁ ସେହି ପଂଚାୟତରେ ବିଭିନ୍ନ ରାସ୍ତା, ଡ୍ରେନ,ପକ୍କା ଘାଟ, ଗୃହ ନିର୍ମାଣ ପ୍ରଭୁତି ସରକାରୀ ଯୋଜନାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ପୂର୍ଣ୍ଣାଙ୍ଗ ବିଲ ପୈଠ କରାଯାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଗାଇଡ଼ ଲାଇନ ମୁତାବକ ଫଳକ ଲାଗିନାହିଁ ବୋଲି ଜୈନକ ସମାଜସେବୀ ଗୋପାଳ କୃଷ୍ଣ ଜେନା ବାଲେଶ୍ଵର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି।ସେହିପରି ଦୀର୍ଘ ୧ ବର୍ଷ ଧରି ପଞ୍ଚାୟତର ବିଭିନ୍ନ ଛକ ସ୍ଥାନରେ ଏମଏଲଏଲ୍ୟାଡ଼ ଓ ପଞ୍ଚାୟତ ପକ୍ଷରୁ ଲାଗିଥିବା ଷ୍ଟ୍ରୀଟ ଲାଇଟ ଗୁଡ଼ିକ ନ ଜଳିବା ଫଳରେ ସାଧାରଣ ଲୋକମାନେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି।ବହୁ ଯୋଗ୍ୟ ହିତାଧିକାରୀ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି।ତେଣୁ ତୁରନ୍ତ ଏହି ସବୁ ଅଭିଯୋଗ ଗୁଡ଼ିକର ତଦନ୍ତ କରି ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Post a Comment

Previous Post Next Post