ସୁବର୍ଣ୍ଣପୁର ଜିଲ୍ଲାରେ ମୋଦି ସରକାରଙ୍କ ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ଥାନିୟ କସ୍ତୁରି ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତଥା ବରିଷ୍ଠ କଂଗ୍ରେସ ସଦସ୍ୟ ପ୍ରକାଶ ମିଶ୍ର ଉପସ୍ଥିତ ରହି କେନ୍ଦ୍ରର ମୋଦି ସରକାର ଆକ୍ରୋଶ ମୂଳକ ଭାବରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧ ରେ ମିଥ୍ୟା କେସ ଦେଇ ସାଂସଦ ପଦ ରଦ୍ଧ କରିଛି ବୋଲି ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧୀ ଆଦାନୀ ମାମଲା ସଂସଦ ରେ ଉଠାଉ ଥିବାରୁ ପାଟି ବନ୍ଦ କରିବାକୁ କେନ୍ଦ୍ର ସରକାର ଆକ୍ରୋଶିତ ହୋଇ ତାଙ୍କ ସଂସଦ ପଦ ରଦ୍ଧ କରିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଏହାକୁ ନେଇ ଆଗାମୀ ଦିନ ରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ବୁଝାଇବ ବୋଲି କହିଛନ୍ତି କଂଗ୍ରେସ ନେତା ।



Post a Comment

Previous Post Next Post