ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କଡା କଡି ଯାଞ୍ଚ ଚାଲିଥିବା ବେଳେ ପୁଣି ଦୁଇ ଜଣ ଅମାନିଆ ନାବାଳକ ଗାଡି ଚାଳକଙ୍କ ଠାରୁ ୫୦୦୦୦/- ଟଙ୍କା ଜୋରିମାନା ଆଦାୟ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ଅଭିଯାନରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ସ୍କୁଲ ଓ କଲେଜ ପିଲାମାନେ ଦ୍ରୁତ ଗତିରେ ଗାଡି ଚଲାଉଥିବା ବେଳେ ଆଜି ପୁଣି ଯାଞ୍ଚ କରାଯାଉଥିବା ବେଳେ ୨ ଜଣ ନାବାଳକ ଗାଡି ଚାଳକଙ୍କ (ଜଣେ ବିନିକା ଏବଂ ଜଣେ ସୋନପୁର) ଠାରୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ପ୍ରତ୍ୟକଙ୍କ ଠାରୁ ୨୫୦୦୦/- ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ମାଧ୍ୟ ଦିଆଯାଇଥିବା ବେଳେ ସେମାନଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଧ କରାଯାଇଥିବା ଜଣାପଡିଛି ।

Post a Comment

Previous Post Next Post