ସୁବର୍ଣ୍ଣପୁର ଜିଲ୍ଲାରେ କଫସିରଫ ଚୋରାଚାଳାଣ ବେଳେ ପାଞ୍ଚଜଣ ଗିରଫ ହେବାସହ ୧୯୨୦ ବୋତଲ କଫସିରଫ ଜବତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ କୁ ମିଳିଲା ବଡସଫଳତା । ୧୯୨୦ ବୋତଲ କଫସିରଫ ତରଭା ବ୍ଲକ ଅର୍ନ୍ତଗତ ଖାରି ଗାଁର ଶିଶୁ ମନ୍ଦିର ନିକଟରୁ ଧରିଛି ପୋଲିସ । ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତି ଭୁବନେଶ୍ୱର ରୁ ଏକ ମେକ୍ସ ପିକଅଫ ଗାଡ଼ି ଯୋଗେ ୧୨ପେଟି କଫସିରଫ ଚୋରାଚାଳଣ କରି ବଲାଙ୍ଗୀର ଜିଲ୍ଲାର ଦୁଇ ଜଣ ଓ ସୁବର୍ଣ୍ଣପୁର ଜିଲ୍ଲା ର ଜଣେ ବ୍ୟକ୍ତି ଙ୍କୁ ଦେଉଥିବା ବେଳେ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ତରଭା ପୋଲିସ ହାତରେ ଧରାପଡିଛି । ଏହି ଯୁବକ ମାନେ ହେଲେ ପୁରୀ ଜିଲ୍ଲା ବେଗୁନିଆ ଗାଁ ର ପ୍ରଶାନ୍ତ ନାୟକ , ନୟାଗଡ଼ ଜିଲ୍ଲା କୋମଣ୍ଡା ଗାଁ ର ସୁଶାନ୍ତ ସେଠୀ , ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ର ସୁଶାନ୍ତ ଡାଙ୍ଗ, ଦେବାଶିଷ ଛତ୍ରିଆ ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଦେବେନ୍ଦ୍ର ପାତ୍ର ବୋଲି ଜଣା ପଡ଼ିଛି । ସେମାନଙ୍କ ଠାରୁ ୨ଟି ଚାରି ଚକିଆ ଗାଡ଼ି ,୫ଟି ମୋବାଇଲ ଓ ୧୯୨୦ ବୋତଲ କଫସିରଫ ଜବତ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ଘଟଣା ରେ ଏକ ଟିମ ଗଠନ କରି ଅଧିକ ଅନୁସନ୍ଧାନ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷିଅଧିକ୍ଷକ ଅମରେଶ ପଣ୍ଡା ।

Post a Comment

Previous Post Next Post