ସିନାପାଲି,(ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଦ ପଞ୍ଚାୟତ ଅନ୍ତର୍ଗତ ତିଳେଇମାଳ ଗ୍ରାମରେ ମା ଭଣ୍ଡାରୁଣୀ କ୍ରିକେଟ କ୍ଲବ ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି।ଏହା ଗତ ୧୬ ତାରିଖରେ ଆରମ୍ଭ ହୋଇଥିବା ବେଳେ ୮ ଟି ଦଳ ଭାଗ ନେଇଥିଲେ। ଆଜି ଫାଇନାଲ ମ୍ୟାଚ ପେଣ୍ଡ୍ରେନ ଦଳ ଏବଂ ତିଳେଇମାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବ୍ୟାଟିଂ କରି ପେଣ୍ଡ୍ରେନ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୧୦୩ ରନ କରିଥିଲା।ଜବାବରେ ପ୍ରତିପକ୍ଷ ତିଳେଇମାଳ ଦଳ ୧୦ ଓଭର ରେ ୮ ୱିକେଟ ହରାଇ ମାତ୍ର ୭୦ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚ ରେ ଖେଳପରିଚାଳକ ଡମ୍ବରୁ ବାଗ ଓ ନିରନ କାଣ୍ଡ ରହିଥିଲେ।ଓ ସ୍କୋରର ଭୁବନେଶ୍ଵର ବାଗ , ଭାଷ୍ୟକାର - ଅଖିଳ ଚନ୍ଦ୍ର ବାଗ, ବିଜୟ କୁମାର ସେଠି ,ଲମ୍ବୋଦର ବାଗ, ଭଣ୍ଡାରୁଣୀ କ୍ରିକେଟ କ୍ଲବ ର ସଭାପତି - ରାଜେନ୍ଦ୍ର ତେଜି, ଉପସଭାପତି- ଡମ୍ବରୁ ବାଗ, ସମ୍ପାଦକ- ସନ୍ତୋଷ ତେଜୀ ,କୋଷାଧକ୍ଷ- ଉପେନ୍ଦ୍ର ସିନ୍ଦୂର ରହିଥିଲେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସିନାପାଲି ୧୪ ନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ରାଜ୍ୟସଭା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ- ପ୍ରିୟରଞ୍ଜନ ମେହେର , ତିଳେଇମାଳ ସ୍କୁଲ ଶିକ୍ଷକ ବ୍ରଜମୋହନ ଦେ, ୱାର୍ଡ ମେମ୍ବର ସଭ୍ଯ ଶ୍ରୀମତି- ପଦ୍ମାବତୀ ତେଜି ,ନାଏବ ସରପଞ୍ଚ ଶ୍ରୀମତୀ- ରେବତୀ ମାଝୀ,ଭାରତୀୟ ଜନତା ପାର୍ଟି ୧୨ ନମ୍ବର ଜୋନ ର ଓବିସି ମୂର୍ଚ୍ଛା ସଭାପତି ତଥା ସାମ୍ବାଦିକ ଶ୍ରୀଯୁକ୍ତ- ଲିଳାମ୍ବର ନାଗ, ସମାଜସେବୀ ଦାମୋଦର ଚିନ୍ଦା, ମହାଦେବ ତାଣ୍ଡି, ସମାଜସେବୀ ପରମେଶ୍ଵର ବାଗ, ଭଜନଲାଲ ପାତ୍ର,୧୨ ନମ୍ବର ଜୋନ ପୂର୍ବତନ ଜିଲ୍ଲାପରିଷଦ କ୍ଷୀରସିନ୍ଦୁ ତାଣ୍ଡି ଯୋଗଦେଇ ଗ୍ରାମାଞ୍ଚଳରେ ଏହିପରି ଟୁର୍ଣ୍ଣାମେଣ୍ଟ ସବୁ ଆୟୋଜନ ହେଲେ ଖେଳାଳି ମାନେ ଭବିଷ୍ୟତରେ ରାଜ୍ୟ ଓ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇ ପାରିବେ ବୋଲି ଆଶା ପୋଷଣ କରିଥିଲେ। ବିଜୟ ଦଳ ପେଣ୍ଡ୍ରେନକୁ ୫୦୦୦ ଟଙ୍କା ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ଏବଂ ପରାଜୟ ଦଳ ତିଳେଇମାଳକୁ ୪୦୦୦ ଟଙ୍କା ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପେଣ୍ଡ୍ରେନ ଦଳର ପର୍ଶୁରାମ ମାଝି ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ।ଏହି ଟୁର୍ଣ୍ଣାମେଣ୍ଟ କୁ ମା ଭଣ୍ଡାରୁଣୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟଙ୍କ ସହ ଗ୍ରାମର ବୁଦ୍ଧିଜୀବି ଓ ଯୁବପିଢ଼ି ସହଯୋଗ କରିଥିଲେ।
ମା ଭଣ୍ଡାରୁଣୀ କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଦିବସ ମ୍ୟାଚ ରେ ତିଳେଇମାଳ କୁ ହରାଇ ପେଣ୍ଡ୍ରେନ ଦଳ ବିଜୟ
ଆଜତକ ଓଡ଼ିଶା
0
Post a Comment