ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ


ଭବାନୀପାଟଣା : (ଶ୍ୟାମସୁନ୍ଦର ମାଝୀ) ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ତରଫ ରୁ ଆଜି ବିଶ୍ୱ ଜଳ ଦିବସ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କ୍ଲବ ର ସଭାପତି ଜୁଲି ଯୋଶୀ ଯୋଗ ଦେଇ ଜଳ କୁ କିପରି ସଂରକ୍ଷଣ କରାଯିବା ସହ ତାର ବିନିଯୋଗ ଉପରେ ବୁଝାଇଥିଲେ । ଆଗାମୀ ଦିନରେ ଜଳ ର ଘୋର ଅଭାବ ରହିବ । ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସମ୍ପାଦକ ଯଶୋବନ୍ତ ରଣା କହିଥିଲେ । ଉପ ସଭାପତି ନିରୁପମା ଦୁର୍ଗା ଙ୍କ ନେତୃତ୍ୱ ରେ ସମସ୍ତ ସ୍ବେଛାସେବୀ ମାନେ ଗାଁ ପରିକ୍ରମା କରି ନାରା ଦେଇ ଏକ ରାଲି କରିଥିଲେ । ଏଥିରେ ଗାଁ ର ପ୍ରାୟ ୬୦ ଜଣ ସଦସ୍ୟ/ସଦସ୍ୟା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଯୁଗ୍ମ ସମ୍ପାଦକ ତୋଫାନ ମାଝୀ ପରିଚାଳନା କରିଥିବା ବେଳେ ନମିତା ମାଝୀ, ଅଞ୍ଜଳି ମାଝୀ, ମହେନ୍ଦ୍ର ନାଏକ, ପୂଜା ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post