ବେସାହାରା ବିଧବା ରେଣୁକା।ଦୁଃଖରେ ଦାରିଦ୍ର୍ୟର ଜୀବନ


କଣ୍ଟାମାଳ : (ମନଧରକର୍ମୀ) ଉଡିଗଲା ଚାଲ ଛପର ଦଇବ ସାଜିଲା ଦାଉ।ବୌଦ୍ଧ ଜିଲ୍ଲାର ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଡ଼ା ସlହିର ବିଧବା ମହିଳା ରେଣୁକା ମିର୍ଧା ଙ୍କ ଉପରେ ବୋଧହୁଏ ଦଇବ ବାରମ୍ବାର ସାଧୁଛି ଦାଉ। ଗରିବ ବିଧବା ରେଣୁକାଙ୍କ ଦୁଇବର୍ଷ ହେବ ସ୍ୱାମୀଙ୍କ ଦେହାନ୍ତ ହୋଇ ଯାଇଥିଲା ସେହି କଷ୍ଟ ନ ସରୁଣୁ ଏବେ ଆସିଥିବା ଝଡ଼ ତୋଫାନ ସାଜିଲା ଦାଉ। ଦୁଃଖ କଷ୍ଟରେ ନିଜର ପିଲାପିଲି ଓ ପୋଷା ଛେଳି ଓ କୁକୁଡ଼ା ମାନଙ୍କ ସହିତ ରହୁଥିଲେ ଗୋଟିଏ ଭଙ୍ଗା ଟିଣ ଛପର କୁଡ଼ିଆ ଘରେ ତାହା ସହିପାରିଲାନି ଦଇବ ଭାଙ୍ଗିଗଲା ରେଣୁକା ଙ୍କ ଘର। ଗତ ରାତିରେ ଆସିଥିବା ଝଡ଼ ଓ କୁଆପଥର ବର୍ଷାରେ କୁଡ଼ିଆ ଖଣ୍ଡକ ଭାଙ୍ଗି ଚୁର୍ ମାର୍ ହୋଇଗଲା। ବାଧ୍ୟ ହୋଇ ପର ପିଣ୍ଡାରେ ରହି କାଳାତିପାତ କରୁଛନ୍ତି ଦୁଃଖିନୀ ବିଧବା ମହିଳା ନିଜର ଛୋଟ ଛୋଟ ପିଲା ମାନଙ୍କୁ ଧରି । କିଛି ସରକାରୀ ସାହାଯ୍ୟ ପାଇଁ ସରସରା ଆର୍ ଆଇ ଙ୍କ କାର୍ଯ୍ୟାଳୟ ଠାରେ ଯେତେ ଗୁହାରି କଲେ ମଧ୍ୟ ଆର୍ ଆଇ ଙ୍କ ଦେଖା ନାହିଁ କି ପାଲ ଖଣ୍ଡେ ମିଳୁନାହିଁ । ବିଡ଼ମ୍ବନା ବିଷୟ ଏହି ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାରମ୍ବାର ଆବାସ ଯୋଜନାରେ ସାମିଲକରି ବଡ଼ବଡ଼ କୋଠା କରୁଥିବା ସ୍ଥଳେ ଏହି ବିଧବା ମହିଳା ଆବାସ ଯୋଜନାରୁ ବଞ୍ଚିତ । ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ଆବାସ ଯୋଜନାରେ ଏପରି ହିତାଧିକାରୀଙ୍କୁ ସାମିଲ ନକରି ସରକାରୀ ଦଳର କର୍ମି , ଅବସର ପ୍ରାପ୍ତ କର୍ମଚାରୀ ଓ ପେନସନ ଭୋଗି ସାମିଲ ହେଉଛନ୍ତି ଆବାସ ଯୋଜନାରେ ।

Post a Comment

Previous Post Next Post