ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ ରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର


ନୂଆପଡ଼ା,(ପରମେଶ୍ୱର ମେହେର) ଆଜି ନୂଆପଡା ଜିଲ୍ଲା ଖରିଆରରୋଡ଼ ରେ ଦିନ ୧୧ଟା ରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ସମ୍ବିତ ପାତ୍ର ପ୍ରତମେ ସେ ରାଇପୁର ରୁ ବାହାରି ଖରିଆରରୋଡ଼ ରେ ପହଂଚି ଥିଲେ ତାଙ୍କୁ ଜିଲ୍ଲାର ବହୁ ବିଜେପି ନେତା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସେ ଏକ କାର୍ଯ୍ୟକ୍ରମ ରେ ଆମସେନା ଗୁରୁକୁଳ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସାରି ଦିନ ଏକଟା ବେଳେ ରାଷ୍ଟ୍ରପତି ଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରେ ଅଗ୍ରେସେନ ଭବନ ଖରିଆର ରୋଡ଼ ଠାରେ ପହଂଚିଥିଲେ । କାର୍ଯ୍ୟକ୍ରମ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଙ୍କ ଅଧକ୍ଷତା ଆୟୋଜିତ କାର୍ଯ୍ୟକ୍ରମ ରେ ଶତାଧିକ ବିଜେପି କର୍ମୀ କୁ ଆଗାମୀ ଦିନରେ ସତର୍କ ହୋଇ ଡବଲ ଇଂଜିନ ର ସରକାର କରିବାକୁ କର୍ମୀ ମାନଙ୍କୁ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱ ରେ ଦେଶ ବିକଶିତ ହଉଥିବା କହିଲେ ତାଙ୍କ ସରକାର ବହୁତ ଜନ କଲ୍ୟାଣକାରି ଯୋଜନା ହାତକୁ ନେଇଥିବା କଥା କର୍ମୀ ମାନଙ୍କୁ ଅବଗତ କରିଥିଲେ । ଏହି ଅବସରରେ ବିଭିନ୍ନ ଦଳରେ ଥିବା କୋଡିଏ ରୁ ଅଧିକ ଲୋକ ବିଜେପି ରେ ସାମିଲ ହୋଇଥିଲେ । ଜିଲ୍ଲା ସଭାପତି ସୁବ୍ରତ ଠାକୁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଏନଏସି ଅଧକ୍ଷା ସୋନିଆ ଗୋଲଡି ଅଗ୍ରୱାଲ, ଯୁବମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଜିଲ୍ଲା ସଂପାଦକ ତୁଳସ ପଟେଲ, ସଦାନନ୍ଦ ଯୋଶୀ, ବରିଷ୍ଠ ବିଜେପି ନେତା ଚତୁର୍ଭୁଜ ଶର୍ମା, ମନିଜର ଆର୍ଯ୍ୟ, ଦୃଷ୍ଟି ମାଝୀ, ଚନ୍ଦନ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।

Post a Comment

Previous Post Next Post