ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂଙ୍କୁ ସମ୍ବର୍ଦ୍ଧନା


କଣ୍ଟାବାଞ୍ଜି ୩୧|୩ (ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ସମରସିଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ସିଂ ଆଜି ଷାଠିଏ ବର୍ଷ ପୂର୍ତ୍ତି ଅବସରରେ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଥିଲେ।ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ସରପଞ୍ଚ ବିଳାସ ପୁଟେଲ, ମାନ୍ଦଲା କ୍ଳଷ୍ଟରର ଶିକ୍ଷକ ତଥା ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ଦାଶ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଶ୍ରୀ ବିଜୟ କୁମାର ପାଣିଗ୍ରାହୀ, ବଡବାବୁ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାମକୃଷ୍ଣ ସେଲମା,ଶ୍ରୀ ସୂର୍ଯ୍ୟକାନ୍ତ ରଣା, ନରହରି ତାଣ୍ଡୀ,ଅକୃର ପୁଟା,ଜାନକୀରାମ ସାମବେଦମ ମମତା ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ।ଶ୍ରୀ ସିଂ ଜଣେ ମେଳାପୀ ଓ କର୍ମଠ ଶିକ୍ଷକ ହୋଇଥିବାରୁ ସମସ୍ତଙ୍କ ସହିତ ମିଳିମିଶି ବିଦ୍ୟାଳୟର ଉନ୍ନତି କରିପାରିଛନ୍ତି ବୋଲି ଅତିଥି ମାନେ ମତ ଦେଇଥିଲେ।କ୍ଳଷ୍ଟର ତରଫରୁ ଭାଗବତ ସହିତ ଉପଢୌକନ ପ୍ରଦାନ କରାଯାଇଥିଲା।ମାନ୍ଦଲା କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀ ସଭାଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।ଏହି ସଭାରେ ଶିକ୍ଷକ ମଣି ମାଝୀ, ମନୋଜ ତାଣ୍ଡୀ, ରୋହିତାଶ୍ୱ ନାଗ,ଧୁବଲେ ତାଣ୍ଡୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଭ୍ୟା, ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment

Previous Post Next Post