ବିଦ୍ୟାଳୟ ବଗିଚା ଏକ ଅନନ୍ୟ ଉଦାହରଣ ସାଜିଛି


ଜଳେଶ୍ବର ୨୮/୩ (ଜଗନ୍ନାଥ ଗୋଛାୟତ) ବିଦ୍ୟାଳୟ ବଗିଚା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଖୁଆଡ଼ ଗ୍ରାମପଞ୍ଚାୟତ ଅଧିନସ୍ଥ ମହୁଡୁମା ଗ୍ରାମରେ ଗଦାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ଉକ୍ତ ବିଦ୍ୟାଳୟରେ ୧୧୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ବିଦ୍ୟାଳୟରେ ପାଠପଢା ସହିତ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଭଳିକି ଭଳି ଫୁଲ ଓ ଫଳଗଛ ବିଦ୍ୟାଳୟ ବଗିଚାରେ ଶୋଭାପାଉଛି ଆମ୍ବ, ଲିଚୁ, ପଣସ, ସପେତା,ପିଜୁଳି, ଡାଲିମ୍ବ, ଲେମ୍ବୁ, ନଢ଼ିଆ, କଦଳୀ ଆଦି ଏଗାର ପ୍ରଜାତିର ଫଳଗଛ ଓ ଫୁଲଗଛ ବିଦ୍ୟାଳୟରେ ଶ୍ରୀବୃଦ୍ଧି କରିବାରେ, ସହାୟକ ହୋଇଛି ।ଏହା ବିଦ୍ୟାଳୟର କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ, ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ମାନଙ୍କର ସମୂହ ପ୍ରଚେଷ୍ଟାରେ ହେଇପାରିଛି ।ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରିବା ସହିତ ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଭାବେ ମୃତ୍ତିକା ପରିଚାଳନା ପ୍ରାକୃତିକ ଖତ ଓ ଜଳ ବ୍ୟବହାର କରି ପରିବେଶକୁ ପରିଚାଳନା କ୍ଷେତ୍ରରେ ସଠିକ ଜ୍ଞାନ ଆହରଣ କରିପାରୁଛନ୍ତି । ଯାହା ଅନ୍ୟ ଅନୁଷ୍ଠାନ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରୁଛି।

Post a Comment

Previous Post Next Post