ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ କଲ୍ୟାଣପୁର ର ଜଗଦୀଶ ଚୌହାନ ଙ୍କ ଆତ୍ମହତ୍ୟା କୁ ନେଇ ଘେରିଲେ ଜିଲ୍ଲା ଆଦିବାସୀ ସଂଘ


ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗତ ଷୋହଳ ତାରିଖ ଦିନ କଲ୍ୟାଣପୁର ର ଜଗଦୀଶ ଚୌହାନ ତାଙ୍କ ଜମି ବିକ୍ରି ପାଇଁ ଅନୁମତି ନ ମିଳିବାରୁ ତହସିଲ କାର୍ଯ୍ୟାଳୟ ଆଗରେ ନିଜ ଦେହରେ ପ୍ରେଟୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ରେ ତସିଲଦାର ଦେବେନ୍ଦ୍ର ରାଉତ କୁ ଚାକିରୀ ରୁ ନିଲମ୍ବନ କରାଯାଇଥିଲା ବେଳେ ଅତିରିକ୍ତ ତସିଲଦାର ଅଶେଷା ବାଗ  ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନ ଥିବା ଅଭିଯୋଗ ହୋଇଛି । ଏହି ଘଟଣା କୁ ନେଇ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ରାଜରାସ୍ତା କୁ ଓଲ୍ହାଇ ପ୍ରଥମେ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି କୁ ପୁଷ୍ପ ମାଲ ଦେଇ ପାରମ୍ପପାରିକ ଅସ୍ତ ଶସ୍ତ ଧରି ସହର ପରିକ୍ରମା କରି ଶେଷରେ ଜିଲ୍ଲାପାଳ ଅଫିସ ଘେରି ବିକ୍ଷୋଭ କରି ଧାରଣା ରେ ବସିଥିଲେ । ଏହି ଆନ୍ଦୋଳନ ରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ମଧ୍ୟ ହୋଇଥିଲା । ଏହି ଆନ୍ଦୋଳନ ର ମୁଖ୍ୟ ଦାବି ହେଲା ଖଲନାୟିକା ଅତିରିକ୍ତ ତସିଲଦାର କୁମାରୀ ଆଶୋକ ବାଗ କୁ ଚାକିରି ରୁ ବହିଷ୍କାର ଓ ଗିରଫ କରାଯାଉ । ଜମି ଦଲାଲ, ଜମି ମାଫିଆ ଓ ଉପ ଜିଲ୍ଲାପାଳ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ କରାଯାଉ । ଦସିଲଦାର ଦେବେନ୍ଦ୍ର ରାଉତ ଙ୍କ ନିଲମ୍ବନ ପ୍ରତ୍ୟାହାର କରଯାଉ ଏମିତି ୯ ଦଫା ଦାବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘ ର ସଭାପତି ଖାମସିଂ ମାଝୀ ଙ୍କ ନେତୃତ୍ୱ ରେ ସଂଘ ର ସଂଯୋଜକ ଭାନୁପ୍ରତାପ ସିଂ ମାଝୀ, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ ସଂଘ ର ବରିଷ୍ଟ ନେତା ଜୟରାମ ଶବର, ଭକ୍ତରାମ ଶବର, କାର୍ତ୍ତିକ ମଲ୍ଲିକ,କମଲେଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post