ସିନାପାଲି ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା


ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ଏନଏସଏସ ୟୁନିଟ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏନଏସଏସ ୟୁନିଟ ମୁକ୍ଷ ଜିତେନ୍ଦ୍ର ରାଉତ ଙ୍କ ନେତୃତ୍ବ ରେ ଆୟୋଜିତ ହୋଇଥିବା ବେଳେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସଡ଼କ ସୁରକ୍ଷା ଉପରେ ଅନେକ ନାରା ବାଜି କରି ମହାବିଦ୍ୟାଳୟ ଠାରେ ପହଞ୍ଚି ସଚେତନତା ଉପରେ ଲୋକଙ୍କୁ ବୁଝାଇଥିଲେ। ଗାଡ଼ି ଚାଲକ ମାନେ ଦୁର୍ଘଟଣା ରକ୍ଷା ପାଇଁ ହେଲମେଟ ପିନ୍ଧି ଗାଡ଼ି ଚଳାନ୍ତୁ, ଦୃତଗତିରେ ଗାଡ଼ି ଚଳାନ୍ତୁ ନାହିଁ, ନିଶା ସେବନ କରି ଗାଡ଼ି ଚଳାନ୍ତୁ ନାହିଁ,ଦୁଇ ଚକିଆ ଯାନରେ ଦୁଇ ଜଣ ରୁ ଅଧିକ ଲୋକ ବସାନ୍ତୁ ନାହିଁ,ଚାରି ଚକିଆ ରେ ସିଟ ବେଲ୍ଟ ପିନ୍ଧି ଗାଡ଼ି ଚଳାନ୍ତୁ, ସତର୍କତା ଅବଲମ୍ବନ କରିଥିଲେ ଏହି କାର୍ଯ୍ୟକ୍ରମରେ ସିନାପାଲି ମହାବିଦ୍ୟାଳୟ ପ୍ରେନ୍ସିପାଲ ଶ୍ରୀମତି ଡୁଙ୍ଗଡୁଙ୍ଗ ସମେତ ରଂଜୁ ମେହେର, ଉଦୟ ନାରାୟଣ ନାୟକ, 
ପ୍ରେମାନନ୍ଦ ମେହେର, ତିର୍ଥ ସୁନାନୀ, କୈଲାଶ ଗଣ, ଲିପିପୁଷ୍ପା ନାଏକ, ରଶ୍ମିରତା ମାଝି, ରଶ୍ମିତା ରାଣି ନନ୍ଦ ସହ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post