୬୦ନଂ ଜାତୀୟ ରାଜପଥରେ ଥିବା ୨ଟି ମୂଲ୍ୟବାନ ସୋଲାର ଲାଇଟ ଚୋରି


ଜଳେଶ୍ୱର ୨୧/୩ (ଜଗନ୍ନାଥ ଗୋଛୟତ) ନହରପାଟଣା ଠାରୁ ଖଡ଼ଗପୁରକୁ ସଂଯୋଗ କରୁଥିବା ୬୦ ନଂଜାତୀୟ ରାଜପଥର ଚନ୍ଦନା ଢ଼ାବା ଓ ଶାଳୀକୋଠା ବାଇପାସ ନିକଟରେ ଲାଗିଥିବା ୨ଟି ମୂଲ୍ୟବାନ ସୋଲାର ଲାଇଟକୁ କେତେକ ଅଜଣା ଦୁର୍ବୁର୍ତ୍ତ ମାନେ ଚୋରି କରି ନେଇଯାଇଥିବା ସମ୍ପର୍କରେ ଏଲସାମେକ୍ସ ମେଣ୍ଟେନେନ୍ସ ସର୍ଭିସସ ଲିମିଟେଡ଼ର ଇନଚାର୍ଜ ସରୋଜ କୁମାର ମାଝି ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଚୋରି ହୋଇଥିବା ୨ ଟି ସୋଲାର ଲାଇଟର ଆନୁମାନିକ ମୁଲ୍ୟ ୨୦ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି।ଦୁର୍ବୁର୍ତ୍ତ ମାନେ ମଧ୍ୟ କେତେକ ସୋଲାର ଲାଇଟକୁ ନଷ୍ଟ ମଧ୍ୟ କରିଦେଇଛନ୍ତି ବୋଲି ସେ ତାଙ୍କର ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

Post a Comment

Previous Post Next Post