ବଲାଙ୍ଗିର : ୧୦/୨(ଗଣେଶ ଦାସ ) ବଲାଙ୍ଗିର ଜିଲ୍ଲା ଲାଠୋର ବନାଞ୍ଚଳ ବିଭାଗ ଗୁରୁବାର ବିଲମ୍ବିତ ରାତିରେ ଖଇର ଏବଂ କେନ୍ଦୁ କାଠ ସହିତ ବୋଝେଇ ଏକ ଟ୍ରକ ଜବତ କରିଛି । ସୁଚନାନୁଯାୟୀ ଲାଠୋର ବନାଞ୍ଚଳ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମହୁଲପାଟି ଗ୍ରାମର ଶଙ୍କରପଡା ଠାରେ ବେଆଇନ ଭାବେ ଚୋରା କାଠ ଚାଲାଣ ହୋଇ ବାହାର ରାଜ୍ୟ ଛତିଶଗଡକୁ ଯାଉଥିବା ଖବର ପାଇଥିଲେ । ଲାଠୋର ବନପାଳ କୁମାରୀ ସାଗରୀକା ସେଠ୍ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଗୁରୁବାର ରାତ୍ରରେ ଚଢ଼ାଉ କରି ଖଇର ଏବଂ କେନ୍ଦୁ କାଠ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଟଙ୍କା ବୋଲି ଆକଳନ କରାଯାଇଛି । ଜବତ ହୋଇଥିବା କାଠ ଗୋଟିଏ ଟ୍ରକ ନଂ ସିଜି 07-ସିଜି 6601 ରେ ବାହାର ରାଜ୍ୟ ଛତିଶଗଡ଼ ଅନ୍ତର୍ଗତ ରାଇପୁରକୁ ଚାଲାଣ ହେଉଥିଲା । ଅଭିଯୁକ୍ତ ଡ୍ରାଇଭର ମନ୍ଦୀପ ସିଂ ପନୁ କହିଥିବା ଜଣା ପଡିଛି । ଲାଠୋର ବନବିଭାଗ ଅଭିଯୁକ୍ତ ସହ ଟ୍ରକ ଏବଂ କାଠକୁ ଜବତ କରି ଲାଠୋର ବନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ । ଓଆର ନଂ 329 - 2022/23 ଅନୁଯାୟୀ ଅଭିଯୁକ୍ତ କୁ କଣ୍ଟାବାଞ୍ଜି କୋର୍ଟ କୁ ଚାଲାଣ କରିଥିବା ଲାଠୋର ରେଞ୍ଜର ପ୍ରଭାତୀ ସେଠ୍ ପ୍ରକାଶ କରିଛନ୍ତି ।

Post a Comment