କୁଲିଗାଁ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ


ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଳା ଖଡ଼ିଆଳ ବ୍ଲକ କୁଲିଗାଁ ଆଶ୍ରମ ବିଦ୍ୟାଳୟ ରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୀତବାସ ଜଗତ ଙ୍କ ଅଧ୍ୟକ୍ଷ୍ୟତାରେ ଏହି କ୍ରୀଡା ଉତ୍ସବ ଚାଲିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସଂମ୍ମାନିତ ଅତିଥି ଭାବରେ ସାନମହେଶ୍ୱର ସରପଞ୍ଚ ଆଲ୍ଲାଦିନି ବେହେରା, ସାମ୍ବାଦିକ ଵାପିନା ସାହୁ ଶାମ୍ବ କୁମାର ସରାଫ, ଯୋଗଦେଇ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ବରିଷ୍ଠ ଶିକ୍ଷକ ରଜନୀକାନ୍ତ ଯୋଷୀ,ଶ୍ୟାମ କୁମାର ମେହେର, ଶୋଭାକର ମାଝୀ, ଲତିକା ମଞ୍ଜରୀ ରାଉତ, ଲତିକା ରାଉତ ପ୍ରମୁଖ ସମସ୍ତେ ସହଯୋଗ କରିଥିବା ବେଳେ ଛାତ୍ର, ଛାତ୍ରୀ ମାନେ ଦୌଡ଼,ଗୋଲାଫିଙ୍ଗା, ଡିସ୍କସ ଥ୍ରୋ,ମ୍ୟୁଜିକ ଚେୟାର ଭଲି ଅନେକ ପ୍ରତିଯୋଗିତା ରେ ଭାଗନେଇଥିଲେ । ଶିକ୍ଷକ ରତ୍ନାକର ଠେଲା ଖେଳ ପରିଚାଳନା କରିଥିଲେ । ଶେଷରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା ।

Post a Comment

Previous Post Next Post