କୁନି ବାବା କହୁଛି ଲୋକଙ୍କ ଭାଗ୍ୟ ଭବିଷ୍ୟତ।


କଣ୍ଟାମାଳ :(ମନଧରକର୍ମୀ) ଦେଖୁଛି ଲୋକଙ୍କ ହାତ ଏବଂ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି କିଛି ପ୍ରଚାର ହେବାପରେ ଏବେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି । ଏ କୁନି ବାବା ଜଣକ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ସୁର୍ଗାଭଟା ଖେତିପଡା ଗାଁର ୧୩ ବର୍ଷୀୟ ସ୍ୱାଧିନ ରଣା । ସ୍ବାଧିନ ପାଖ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି । ଗତ ୩୦ ତାରିଖରରେ ହଠାତ ଭାଗବାନଙ୍କ ପାଖରୁ ବରଦାନ ପାଇଥିବା କହୁଛି ସ୍ୱାଧିନ । ଏଣୁ ଏବେ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ସ୍ୱାଧିନ ନିଜ ଘର ବାରିପଟେ ଥିବା ଭୋଲେବାବାଙ୍କ ଠାରେ ପୂଜା କରୁଛି ।


 ସପ୍ତାହର ଅନ୍ୟଦିନ ମାନଙ୍କରେ ସେ ପାଠ ପଢିବାକୁ ଯାଉଥିବାବେଳେ ସୋମବାର ଓ ଶୁକ୍ରବାର ସେ ସେଠାରେ ରହି ଲୋକଙ୍କ ହାତ ଦେଖୁଛି ଓ ଭୁତ ଭବିଷ୍ୟତ କହୁଛି । ଆଉ ଏସବୁ ପ୍ରଚାର ହେବାପରେ ପ୍ରତ୍ୟେକ ସୋମବାର ଓ ଶୁକ୍ରବାର ଦିନ ସେଠାରେ ଜମୁଛି ଲୋକଙ୍କ ଭିଡ଼ । ଛୋଟବେଳୁ ସ୍ୱାଧିନ ପୂଜା ଧଜା କରୁଥିଲା ଆଉ ଏବେ ତାକୁ ଭଗବାନ ଅଶିର୍ବାଦକରିଥିବା ସ୍ୱାଧିନ ର ବାପା କହୁଛନ୍ତି । ଭଗବାନଙ୍କ ଆଶିର୍ବାଦରୁ ଏହା ସମ୍ଭବ ହୋଇଥିବା କହୁଛି କୁନି ବାବା ସ୍ୱାଧିନ । ସେପଟେ କୁନି ବାବାଙ୍କ କଥା ସତ ହେଉଥିବା କହିଛନ୍ତି ଜଣେ ମହିଳା ।

Post a Comment

Previous Post Next Post