ଡେଙ୍ଗ ସ୍କୁଲରେ ବାର୍ଷିକ ମହୋତ୍ସବ ପାଳିତ


ବଲାଙ୍ଗିର ୧୭/୦୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ  ଉଚ୍ଚ ବିଦ୍ୟାଳୟର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ,ସମ୍ମାନୀତ ଅତିଥି ଭାବରେ ସଇଁତଲା ବିଇଓ ଗୋବର୍ଦ୍ଧନ ଭୋଇ,  ସଇଁତଲା ଥାନା ଅଧିକାରୀ ଅବନୀ ସାହୁ, ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ,ସରକାରୀ ବାଳିକା ବିଦ୍ୟାଳୟ, ଏସ୍‌ଏସ୍‌ଡି, ସଇଁତଲର ପ୍ରଧାନଶିକ୍ଷୟିତ୍ରୀ ନିବେଦିତା ହୋତା, ସହକାରୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଗହିର, ସୁହାସିନୀ ମିଶ୍ର, କେରମେଲୀ ହାଇସ୍କୁଲର ପ୍ରଧାନଶିକ୍ଷକ ସରୋଜ ମିଶ୍ର, ସଇଁନ୍ତଳା ପଂଚାୟତ ସମିତି ନୋଡାଲ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ସମାଜସେବିକା ବୃନ୍ଦାବତୀ ବାରିକ,


ଘୁନସର ହାଇସ୍କୁଲର ପ୍ରଧାନଶିକ୍ଷକ ଅଭିମନ୍ୟୁ ସାହୁ, ବୁଢାବାହାଲ ହାଇସ୍କୁଲର ପ୍ରଧାନଶିକ୍ଷକ ବରୁଣ କୁମାର ସାହୁ, କରମତଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରତନ ରଣା, ସ୍ଥାନୀୟ ସରପଂଚ ଇତିଶ୍ରୀ ସାହୁ, ପୂର୍ବତନ ସରପଂଚ ସନ୍ତୋଷିନୀ ମାଝି, ଜେମାମଣି ମଲ୍ଲିକ, ରାଜ୍ୟପୁରସ୍କାର ପ୍ରାପ୍ତ ସମାଜେସେବୀ ଝସକେତନ ରଣା, ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଗଣେଷ ଚନ୍ଦ୍ର ରଣା ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିଥି ପରିଚୟ ଶିକ୍ଷୟତ୍ରୀ ରେଣୁକା ସାହୁ ପ୍ରଦାନ କରିଥିବା ବେଳ ବିବରଣୀ  ପାଠ ଶିକ୍ଷକ ଲିଙ୍ଗରାଜ ନନ୍ଦ ପ୍ରଦାନ କରିଥିଲେ ।ଛାତ୍ରଛାତ୍ରୀମାନଙ୍କର  ବ୍ୟକ୍ତିତ୍ୱର ବିକାଶ ପାଇଁ  ବିଷୟଗତ ଓ ଅଣ ବିଷୟଗତ ଦିଗ ପ୍ରତି ଦୃଷ୍ଟିଦେଲେ ଅନୁଷ୍ଠାନଟି ଆଗକୁ ପୁଣି ନୂତନ ଉଜ୍ୱଲ୍ୟମାନ ତାରକା ସୃଷ୍ଠି କରିପାରିବେ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ କୃପାସିନ୍ଧୁ ମିଶ୍ର, ସମୀର ସେଠି , ଦୀପକ ସେନ ଧରୁଆ, ଶିକ୍ଷୟିତ୍ରୀ ଦ୍ରୋପଦୀ ଭୋଇ, କାନ୍ତି ଭୋଇ, ଯଶୋବନ୍ତି ସୁନା, ଗ୍ରାମବାସୀ କପିଳେଶ୍ୱର ଭୋଇ, ମୋତିଲାଲ ବକୁଲ, ବିଘ୍ନ ରଣା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ଓ ଯଶୋବନ୍ତୀ ସୁନାଙ୍କ ତତ୍ୱାବଧାନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷକ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥଲେ ।

Post a Comment

Previous Post Next Post