ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ, କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ


କଳାହାଣ୍ଡି,(ଶ୍ୟାମସୁନ୍ଦର ମାଝୀ)୧୭/୦୨ : ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଗତ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ମୁଖୀଗୁଡା ଅନ୍ତର୍ଗତ କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ତୃପ୍ତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଷ୍ଟ ଅଫିସର ଭାବେ ସମ୍ମାନିତ କରିଛନ୍ତି। ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ କୁସୁମଖୁଣ୍ଟିରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଯୋଗଦେବା ଏବଂ ବିଭାଗ ଅଧୀନରେ ଥିବା ବିଭିନ୍ନ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଉତ୍ତମ ସମ୍ପର୍କ ରଖି ଜଳ ସେଚନର ସୁପରିଚାଳନା କରି ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ସୁବିଧା ଯୋଗାଇବାରେ ଦକ୍ଷତା ପାଇଁ ତାଙ୍କୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। ଇଂ ତୃପ୍ତ କୁମାର ପାତ୍ର କଳାହାଣ୍ଡିର ଜଣେ ଯୋଗ୍ୟ ଅଧିକାରୀ ଭାବେ ସମ୍ମାନିତ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Post a Comment

Previous Post Next Post