ହରଭଙ୍ଗା ୧୭/୦୨ (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଚାରିଛକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଦିନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ଜିଲ୍ଲା ଲୋକ ସୂଚନା ସମ୍ପକ ଅଧିକାରୀ ରୀତିକାନ୍ତ ବଳିୟାର ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାଜ୍ବସ୍ୱ ବିଭାଗ ଓ ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ, ଅଗ୍ନିଶମ, ପୋଲିସ ବିଭାଗ ଯୋଗଦେଇଥିଲେ । ଉକ୍ତ ଶିବିରରେ ମୋଟ ୨୦୧ ଜଣ ପଞ୍ଜିକରଣ କରିଥିବା ବେଳେ ୧୭ଜଣ ଭିନ୍ନ କ୍ଷମ ଙ୍କୁ ହୁଇଲ ଚେୟାର, ୧୩ ଜଣଙ୍କୁ ଟ୍ରୟ ସାଇକେଲ,୫ଜଣକୁ ଶ୍ରବଣ ଯନ୍ତ୍ର,୭ଜଣକୁ ଭତା ପ୍ରଦାନ, ୪ଜଣକୁ ଆଶାବାଡି ଏବଂ ୫୬ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ଦେଇଥିବା ଜଣାପଡିଛି ।

Post a Comment