ଡ୍ରୋନରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା


ନୂଆପଡା,(ପରମେଶ୍ଵର ମେହେର) ଡ୍ରୋନରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା । ଡ୍ରୋନରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାଶ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ । ଭାଲେଶ୍ବର ପଞ୍ଚାୟତର ୫ ନମ୍ବର ୱାଡ ଭୁତକାପଡା ଗାଁ ଘଞ୍ଚଜଙ୍ଗଳ ମଧ୍ୟରେ ଅବସ୍ଥିତ । ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୨ କିଲୋମିଟର ଦୂର । ଏହି ଗାଁର ଭିନ୍ନକ୍ଷମ ହେତରାମ ସତନାମୀଙ୍କ ମଧୁବାବୁ ପେନସନ୍ ମଞୁର ହେଲା । ହିତାଧିକାରୀଙ୍କୁ ଭତ୍ତା ପାଇଁ ପଞ୍ଚାୟତକୁ ଆସିବାକୁ ପଡିଥାଏ । କିନ୍ତୁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରୋଜ ଅଗ୍ରୱାଲ ନୂତନ ବୈଷୟିକ ଜ୍ଞାନକୌଶଳରେ ଡ୍ରୋନ ଯୋଗେ ମଧୁବାବୁ ପେନସନ୍ ହିତାଧିକାରୀଙ୍କ ଘରକୁ ପଠାଇଛନ୍ତି । ଆଗାମୀ ଦିନରେ ମଧ୍ୟ ତାଙ୍କୁ ଡ୍ରୋନରେ ଭତ୍ତା ପଠାଯିବ । ଭିନ୍ନକ୍ଷମଙ୍କୁ ଆଉ ପଞ୍ଚାୟତ ଆସିବାକୁ ପଡିବ ନାହିଁ ବୋଲି ସରପଞ୍ଚ କହିଛନ୍ତି । ଡ୍ରୋନ ଯୋଗେ ଭତ୍ତା ଘରେ ପାଇ ଥିବାରୁ ଭିନ୍ନକ୍ଷମ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି । ଏହାପୁର୍ବ ରୁ ଭାଲେଶ୍ବର ସରପଚଂ ସରୋଜ ଅଗ୍ରୱାଲ ବିଭିନ୍ନ ଗରିବ ତଥା ବେମାର ରେ ପିଡିତ ଲୋକଙ୍କୁ ମଧ୍ୟ ଡ୍ରୋନ ଜରିଆରେ ଔଷଧ ପଠେଇଛନ୍ତି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି,ଅନ୍ୟପକ୍ଷେ ପଂଚୀୟତ ର ହିତାଧିକାରୀ ମାନେ ମଧୟ ଖୁସି ଜାହିର କରିଛନ୍ତି।

Post a Comment

Previous Post Next Post