ଦୃଷ୍ଟି ଆଢୁଆଳରେ ରହିଗଲା ଜାମଝୋଲା ଧାର୍ମିକ ପର୍ଯ୍ୟଟନସ୍ଥଳୀ


ନୂଆପଡ଼ା,(ପରମେଶ୍ଵର ମେହେର) ନୂଆପଡ଼ାଜିଲ୍ଲା ବୋଡେ଼ନ ବ୍ଲକ ର ଟେମରି ରାଜସ୍ବ ଗ୍ରାମର ଜାମଝୋଲା ଅନ୍ୟ ନାମ ସତ୍ୟଗଙ୍ଗା ଅତି ଅବହେଳିତ ଅବସ୍ଥାରେ ଲୁକ୍କାୟିତ ଭାବରେ ପଡିରହିଛି।ଟେମରି ଠାରୁ ପଶ୍ଚିମ ଦିଗ କୁ ପାଖାପାଖି ତିନି କିଲୋମିଟର ଆଗକୁ ଅଗ୍ରସର ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁଜ ବନାନୀ ପରିପୁଷ୍ଟ ପରିବେଷ୍ଟନି ଗୁରୁଡଙ୍ଗର ପାଦଦେଶରେ ଜାମଝୋଲା ବା ସତ୍ୟଗଙ୍ଗା ଅବସ୍ଥିତ।ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ ପୁରାତନ ସମୟ ରେ ଜଣେ ବାବା ଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ଏହି ସ୍ଥାନ ରେ ଏକ ଅସ୍ଥାୟୀ ମଠ ସ୍ଥାପନ କରି ବିଭିନ୍ନ ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରୁଥିଲେ, ଏପରିକି ଏହି ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ରେ ରଥଯାତ୍ରା ପାଳନ ମଧ୍ୟ ହେଉଥିଲା।କାଳକ୍ରମେ ବାବା ଙ୍କ ଦେହାନ୍ତ ପରେ ତାଙ୍କ ଦ୍ବାରା ସଂଗୃହିତ ଶିଳା ମୂର୍ତୀ, ଅସ୍ଥାୟୀ ମଠ ,ଧର୍ମ ପ୍ରଚାର ଲୋପ ପାଇଯାଇଥିଲା,


ହେଲେ ଧାର୍ମିକ ବ୍ୟକ୍ତି ଓ ଧର୍ମ ବିଶ୍ୱାସ ପୁଣି ଥରେ ପୁନଃନିର୍ମାଣ ପାଇଁ ଟାଣି ଆଣିଛି ଅଞ୍ଚଳ ର ଜନସାଧାରଣ ମାନଙ୍କୁ, ଏହାଯେ କେବଳ ନିର୍ଦ୍ଧିଷ୍ଟ ଅଂଚଳ ର ଲୋକଙ୍କୁ ନୁହେଁ ସାରା ନୂଆପଡ଼ା ଜିଲ୍ଲାକୁ।ଏହି ସ୍ଥାନରେ ଭିତ୍ତିଭୂମି କହିଲେ ବଦାନ୍ୟବ୍ୟକ୍ତି ଙ୍କ ଦାନରେ ନିର୍ମିତ ମାତ୍ର ଗୋଟିଏଛୋଟ ଅସମ୍ପୂର୍ଣ୍ଣ କୋଠା ଘର ଏହା ବ୍ୟତୀତ ସବୁ ନାହିଁ ନାହିଁ ରେ ସରିଯାଇଛି।ରାସ୍ତା ଅଛି ହେଲେ ପଥର ପୂର୍ଣ୍ଣ କର୍କଶ, ଯାତ୍ରୀ ଆଶ୍ରୟ ସ୍ଥଳୀ ଅଛି କିନ୍ତୁ ବୃକ୍ଷ ଲତା ତିଆରି ଅସ୍ଥାୟୀ, ପାନୀୟ ଜଳର ସୁଭିଧା ଅଛି କିନ୍ତୁ ଝରଣାପାଣି ରୁ ସଂଗୃହିତ ଏକ ଅସ୍ଥାୟୀ କୁଅଁ ଏହି କୁଅଁ ର ପାଣି ର ବିଶେଷତ୍ୱ ହେଲା ଚର୍ମଜନିତ ରୋଗ ରେ ବ୍ୟବହାର କଲେ ଆରୋଗ୍ୟ ଲାଭ ହୋଇଥାଏ,,ସନାତନ ଧର୍ମ, ଶିବ ,ତଥା ଅନ୍ୟାନ୍ୟ ପାର୍ଶ୍ଵ ଦେବତା ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୁଏ କିନ୍ତୁ ଅସ୍ଥାୟୀ ମନ୍ଦିରରେ ତେବେ ସ୍ପସ୍ଟ ଜାଣିପାରୁ ଥିବେ ସବୁଅଛି କିନ୍ତୁ କ୍ଷଣସ୍ଥାୟୀ।ପୂଜକ ଜୟା ନନ୍ଦବାବା ଙ୍କ ତତ୍ୱାବଧାନ ବଂଚିରହିଛି ଏହି ସତ୍ୟଗଙ୍ଗା।ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ସରକାର ମଧ୍ୟ ବଦ୍ଧପରିକର କିନ୍ତୁ ଅନେକ ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ, ନେତା, ପରିବର୍ତ୍ତନ ହୋଇସାରିଲେଣି କିନ୍ତୁ ଜାମଝୋଲା ସତ୍ୟ ଗଙ୍ଗା ର ଆଖି ଦୃଶିଆ ପରିବର୍ତ୍ତନ କେବେ ବୋଲି ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି,ଆଶା ହରାଇ ନାହାନ୍ତି ଭରସା ରଖିଛନ୍ତି ଦିନେ ନା ଦିନେ ସୁଭଦୃଷ୍ଟି ପଡିବ ପ୍ରଶାସନ ର ହେଲେ କେତେ ଶିଘ୍ର ଦେଖିବ କୁ ବାକି ରହିଲା ।

Post a Comment

Previous Post Next Post