ସିନାପାଲି ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଚୋରୀ ,ଥାନାରେ ଅଭିଯୋଗ


ନୂଆପଡ଼ା (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଶ୍ରୀ ଜଗନ୍ନାଥ ପ୍ରଭୁ ଙ୍କ ମନ୍ଦିର ରୁ ଦୁର୍ବୁତ୍ତ ମାନେ ୩ଟି ଦାନପେଟି କୁ ଭାଙ୍ଗି ଟଙ୍କା ଚୋରୀ କରି ନେଇଥିବା ସିନାପାଲି ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ଆଜି ଭୋର ସକାଲୁ ମନ୍ଦିର ପୂଜକ ବସନ୍ତ କୁମାର ପତି ପୂଜାଅର୍ଚ୍ଚନା ପାଇଁ ମନ୍ଦିର ଖୋଲିବାକୁ ପହଞ୍ଚି ଥିବାବେଳେ ପୂର୍ବଦ୍ବାର ର ତାଲା ଫାଡି ୩ଟି ଦାନପେଟି କୁ ଭାଙ୍ଗି ଦେଇ ଦୁର୍ବୁତ୍ତ ମାନେ ଦାନ ପେଟିରେ ଥିବା ସମସ୍ତ ଟଙ୍କା ନେଇ ଯାଇଥିବା ଜଣାପଡିଲା। ପରେ ସ୍ଥାନୀୟ ଲୋକେ ଯାଇ ପହଞ୍ଚି ଦେଖିଥିବା ବେଲେ ମନ୍ଦିର ପୂଜକ ବସନ୍ତ କୁମାର ପତି ଏନେଇ ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣା ସ୍ଥାନ ରେ ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ ସମେତ ଏସଆଇ ଗୌରୀଶଙ୍କର ଦାସ, ଏଏସଆଇ ପ୍ରଭାକର, ନାୟକ, କେସବ ମାଝି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଅଧିକ ତଦନ୍ତ ନେଇ ଜିଲ୍ଲା ଡକ୍ସକୁଆଡ ଟିମ୍ ଓ କଲାହାଣ୍ଡି ସାଇନ୍ ଡିଫେକ୍ଟ ଟିମ ପହଞ୍ଚି ତଦନ୍ତ କରିଥିଲେ। ଏପର୍ଯ୍ୟନ୍ତ ଦୁର୍ବୁତ୍ତ ମାନେ ଧରାପଡିନଥିବା ବେଲେ ଏନେଇ ସିନାପାଲି ଥାନା ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି।ଦିନକୁ ଦିନ ମନ୍ଦିରରେ ଚୋରି ଘଟଣା ବଢ଼ି ଚାଲିଛି ,ଅଳ୍ପକିଛି ଦିନତଳେ ଖଡ଼ିଆଳ ରାମସ୍ୱାମୀ ମନ୍ଦିରରେ ଚୋରି ଘଟଣା ମନ ରୁ ଲିଭି ନ ଥିବା ବେଳେ ପୁଣି ଏକ ମନ୍ଦିର ରୁ ଚୋରି ଏହା ପୋଲିସ ଭିଭାଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶକ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Post a Comment

Previous Post Next Post