ବାଲେଶ୍ଵର :(ଆଜତକ୍ ଓଡ଼ିଶା) ରାଜ୍ୟ ସରକାରଙ୍କ ଇ-ଗ୍ରିଭେନ୍ସ ସେଲ୍ କୁ ସଠିକ ଭାବରେ ଉପଯୋଗ କରିବା,5T କୁ ନେଇ ସଚେତନତା କରିବା,ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସମସ୍ୟାଗୁଡ଼ିକୁ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କ ପାଖକୁ ଟ୍ୱିଟ୍ କରି ସମସ୍ୟାର ସମାଧାନ କରନ୍ତି ମୁକେଶ।ବାଲେଶ୍ଵର ଜିଲ୍ଲା ସୁନାଧରବସାଣ ଗ୍ରାମର ଟ୍ୱିଟର ବୟ ମୁକେଶ ଦଳାଇ ସୋସିଆଲ ମିଡ଼ିଆ ଟ୍ୱିଟରକୁ କରିଛନ୍ତି ପ୍ରମୁଖ ଅସ୍ତ୍ର।ଟ୍ୱିଟ୍ କରି ସମସ୍ୟାର ସମାଧାନ କରୁଛନ୍ତି ଓ ଗରିବ ଅସହାୟଙ୍କ ଦୁଃଖ ବୁଝୁଛନ୍ତି।ଗରିବ ଘରର ପୁଅ ହୋଇଥିଲେ ମଧ୍ୟ କାମ ତାଙ୍କର ଅସାଧାରଣ।ଅର୍ଥ ଖର୍ଚ୍ଚ କରି ନ ପାରି ବୁଦ୍ଧି ଖଟାଇ ଲୋକଙ୍କ ଦୁଃଖ ଟ୍ୱିଟ୍ ଯୋଗେ ସମାଧାନ କରନ୍ତି।ଗରିବଙ୍କ ସମସ୍ୟା ଗାଁ ଠାରୁ ସହର ଏବଂ ସହରଠୁ ନଗର ଗରିବ ଲୋକଙ୍କ ଦୁଃଖ ବୁଝିବାକୁ ପ୍ରକଟ ହୋଇଯାନ୍ତି ମୁକେଶ।ସ୍ଥାନୀୟ ଅଞ୍ଚଳରେ ସାଜିଛନ୍ତି ଲୋକଙ୍କର ଆଶାର କିରଣ। ଆଉ ଟ୍ୱିଟ୍ କରି ସମାଧାନ କରିଛନ୍ତି ୮୦୦ରୁ ଉର୍ଦ୍ଧ ସମସ୍ୟା।ରାତି ପାହିଲେ ଟ୍ୱିଟର ବୟଙ୍କ ଘରେ ଜମୁଛି ଲୋକମାନଙ୍କର ଭିଡ।ଭତ୍ତା,ପାନୀୟ ଜଳ, ରାସ୍ତା ମରାମତି,ବ୍ୟାଙ୍କ୍,ପକ୍କା ଘର,ବିଦ୍ୟୁତ୍ ସଂଯୋଗ ଇତ୍ୟାଦି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ସହିତ ପ୍ରତିଦିନ ଖବରକାଗଜରେ ପ୍ରକାଶିତ ଅନେକ ସମସ୍ୟାର ସମାଧାନ କରି ଚାଲିଛନ୍ତି ଟ୍ୱିଟର ବୟ ମୁକେଶ।ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଯୁବ ସମାଜସେବୀ ମୁକେଶ ଦଳାଇଙ୍କୁ ଜଣେ ଟ୍ୱିଟର ବୟ ଭାବରେ ସରକାରୀ ଏବଂ ବେସରକାରୀ ବିଭାଗରେ ତାଙ୍କର ନାମ ବେଶ୍ ଜଣାଶୁଣା।ଏମିତି କି ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ସେ ବେଶ୍ ଜଣାଶୁଣା।ଲୋକଙ୍କ ଦୁଃଖ ଅସୁବିଧା ବିଷୟରେ ଆଲୋଚନା କରି ସମାଧାନ ପାଇଁ ସରକାରଙ୍କୁ ଅବଗତ କରି ଟ୍ୱିଟର ଜରିଆରେ ବହୁତ୍ କମ୍ ସମୟ ଭିତରେ ୮୦୦ ଲୋକଙ୍କର ସମସ୍ୟା ର ସମାଧାନ କରିଛନ୍ତି । ଟୁଇଟର ବୟ ମୁକେଶ ଗଣମାଧ୍ୟମ ଏବଂ ଲୋକଲୋଚନ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ- ସବୁବେଳେ ସେ ଲୋଙ୍କ ଦୁଃଖ,ଅସୁବିଧା ଏବଂ ଅସହାୟ ମାନଙ୍କର ସାଥି ହୋଇ ରହିଛନ୍ତି।ତାଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା।

Post a Comment