ଏଲ ଏଣ୍ଡ ଟି କମ୍ପାନୀ ରୁ ଚୋରି ଘଟଣା ; ୫ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ


ହରଭଙ୍ଗା ୨୧/୦୨ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ହାତରେ ଗତ ଶୁକ୍ରବାର ଦିନ ଏକ ବଡ଼ ଧରଣ ର  ଚୋର ଗ୍ୟାଙ୍ଗ ଧରା ପଡିଥିବା ବେଳେ ପୋଲିସ ଉକ୍ତ ଟ୍ରକ ଓ ଚୋରି ସାମଗ୍ରୀ ଜବତ ସହ ସମସ୍ତ ଆସାମୀ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ଏନେଇ ସୋମବାର ଦିନ ପୁରୁଣା କଟକ ପୋଲିସ ପକ୍ଷରୁ ୫ଜଣ ଅଭିଯୁକ୍ତ ଙ୍କ ନାମରେ ୨୭/୨୩ ଅଣ୍ଡର ସେକ୍ସନ ୩୭୯/୩୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗଙ୍କ ଅଧିକ ଚେର ଲମ୍ବିଥିବା ନେଇ ସନ୍ଦେହ ରେ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା ଜାରି ରହିଛି ଏବଂ ଏହି ଚୋରି ରାକେଟ ରେ ଆଉ କେଉଁମାନେ ସାମିଲ ଥିବା ବେଳେ କେତେ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ସେନେଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ଏଲ ଏଣ୍ଡ ଟି ନାମକ କମ୍ପାନୀ ମେଗାଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ କମ୍ପାନୀ ପକ୍ଷରୁ ବର୍ତମାନ ରାସ୍ତା କଡ଼ କୁ ଖୋଳି ମାଟି ଭିତରେ  ପାଇପ ବିଛା କାର୍ଯ୍ୟ ଜାରି ରହିଥିବା ବେଳେ । ଏହାର ସୁଯୋଗ ନେଇ କିଛି ବାହାର ରାଜ୍ୟ ଚୋର ଗ୍ୟାଙ୍ଗ ରାସ୍ତା କଡ଼ ରେ ପଡିଥିବା କମ୍ପାନୀ ର ପାଇପ ଗୁଡିକ କାଟି ଚୋରି କରୁଥିବା ଜାଣି କୌଣସି ପକ୍ଷରୁ ପୋଲିସ ଖବର ରଖି  ଉକ୍ତ ଟ୍ରକ କୁ ଯାଞ୍ଚ କରିବା ସହ ୬ଜଣ ଆସାମୀ କୁ ଅଟକ ରଖି ଥାନା କୁ ଆଣିପଚରାଉଚରା ଜାରି ରଖିଥିଲା । ସୂଚନା ଥାଉକି ଏହା ପୂର୍ବରୁ କମ୍ପାନୀ ର ବିଭିନ୍ନ ସାମଗ୍ରୀ ଚୋରି ହେଇଥିବା ନେଇ ଅଭିଯୋଗ ଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗ କୁ ଧରି ତଦନ୍ତ କଲାପରେ ପୂର୍ବରୁ ହୋଇଥିବା ଚୋରି ସମ୍ପର୍କିତ ସୂଚନା ଠାବ ହେବା ସହ ପୋଲିସ କୁ ଏକ ବଡ଼ ସଫଳତା ମିଳିପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି । ଏନେଇ (ସିଜି ୧୦ ବି ଏଚ ୨୮୪୪) ନାମକ ଟ୍ରକ ଜବତ ସହ ୬ଆସାମୀ ଓ ଚୋରି ହୋଇଥିବା ପାଇପ ସାମଗ୍ରୀ କୁ ଜବତ କରି ପୋଲିସ ଘଟଣା ର ଅଧିକ ତଦନ୍ତ କରୁଥିବା ବେଳେ ସୋମବାର ଦିନ ସୁମନ ଦାସ (୨୨)ସିପାତି ଜିଲ୍ଲା. ଆକାଶ ଦେଙ୍ଗା (୩୩) ବିଳାସପୁର ଜିଲ୍ଲା,ଛତିଶଗଡ ରାଜ୍ୟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ର ସମୀର ନାୟକ, ମୟୁରଭଞ୍ଜ ଜିଲ୍ଲା ବଇସିଂହା ଥାନା ହରିପୁର ଦେବ ସିଂ (୫୦). ଏସ କେ ଆସରଫ (୨୨) ଭୁବନେଶ୍ୱର ଖଣ୍ଡଗିରି ଦୁମଡୁମା ଅଞ୍ଚଳ ର ହୋଇଥିବାବେଳେ ଏମାନଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ନେଇ  ଥାନା ଅଧିକାରୀ ଯୋଷ୍ଣା କାଉଁରୀ ସୂଚନା ଦେଇଛନ୍ତି ।

Post a Comment

Previous Post Next Post