ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର


 ଭବାନୀପାଟଣା (ଶ୍ୟାମସୁନ୍ଦର ମାଝୀ) :ଧର୍ମଗଡ ଥାନା ଅନ୍ତର୍ଗତ ବ୍ରାହ୍ମଣଛେଣ୍ଡିଆ ଗ୍ରାମର ଚାରିଖୁଟିଆ ପୋଖରୀରୁ ଜଣେ ଯୁବକଙ୍କ ଗଳିତ ଶବକୁ ଧର୍ମଗଡ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି । ଶବ ଟିର ପରିଚୟ ମିଳିନଥିବା ବେଳେ ଧର୍ମଗଡ ପୋଲିସ ଦ୍ୱାରା ଶବକୁ ଧର୍ମଗଡ ଚିକିତ୍ସାଲୟକୁ ଆଣି ବ୍ୟବଚ୍ଛେଦ କରାଯିବ । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯୁବକ ଜଣକ ମାନସିକ ଗସ୍ତ ଥିବା ବେଳେ ସେହି ଅଞ୍ଚଳରେ କିଛିଦିନ ହେଲା ବୁଲୁଥିଲା । ଏହା ଉପରେ ଧର୍ମଗଡ ପୋଲିସ ତଦନ୍ତ ଜାରି ରଖିଛି ।

Post a Comment

Previous Post Next Post