ଶୈବପୀଠ ଚଳଚଞ୍ଚଳ: ଭକ୍ତଙ୍କ ପ୍ରବଳ ଭିଡ଼


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଏଟପଦର୍ ଗ୍ରାମର ମାଝିପଡ଼ା ରେ ଆଜି ଶିବ ଚଣ୍ଡୀ ସାଂସ୍କୃତିକ ପରିଷଦ ପକ୍ଷରୁ ମହାଶିବରାତ୍ରି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଏହି ମନ୍ଦିରରେ ଦୀର୍ଘ ୩୩ ବର୍ଷ ହେବ ପୂଜା ହୋଇ ଆସୁଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଶ୍ରାମଗାର ଓ ରାସ୍ତା ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଓ ଏ ଉପଲକ୍ଷେ ଗ୍ରାମର ଉଗ୍ରସେନ ମାଝି, ନିଲାଞ୍ଚଲ୍ ପୁଞ୍ଜି, ରମଣ ହେର୍ଣ୍ଣା,ଜବରଧର ହେର୍ଣ୍ଣା ତିକେଲାଲ ହେର୍ଣ୍ଣା, ତ୍ରିନାଥ ମାଝି ଚୈତନ୍ୟ ହେର୍ଣ୍ଣା ସୁରେଶ ମେହେର, ଲିଙ୍ଗରାଜ ମେହେର, ଧର୍ମୁ ମେହେର, ଘନଶ୍ୟାମ ରଣା,ବେନାର ରଣା, ଟିକେଲାଲ ହଂସ ଓ ଗିରିଧାରୀ ମାଝି ଙ୍କ ସମେତ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟ ତୁଲାଇଥିଲେ, । ସେହିପରି ଚଳନା ବାରେଦେଶ୍ୱର୍ ମନ୍ଦିର, ଘୁଚାଗୁଡ଼ା ,ସିନାପାଲି ତଥା ଅନେକ ଶିବମନ୍ଦିର ମାନଙ୍କ ରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଶୈବପୀଠରେ ଆଜି ଭୋର ସମୟରୁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ରହି ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ପୀଠରେ ବାବାଙ୍କ ଯଥା ରୀତି ପୂଜାଅର୍ଚ୍ଚନା ଆରମ୍ଭ କରାଯାଇଛି। ହଜାର ହଜାର ଭକ୍ତଙ୍କ ସମାଗମ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ ରାତିସାରା ବସି ଦୀପ ଜାଳିବେ । ମନ୍ଦିର ପରିସରରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ସଜାଗ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Post a Comment

Previous Post Next Post