ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଠାରେ ମହାଶିବରାତ୍ରି ଜାଗର ମେଳା ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ ଗତ ଶୁକ୍ରବାର ସମୟ ୫ ଘଂଟା ବେଲେ ଗ୍ରାମର ସର୍ବାଧିକ ମହିଲା ମାନେ କଲସ ଯାତ୍ରା ରେ ବାହାରି ମେଢାଲ୍ ନାଲାରେ ପବିତ୍ର ପୂଜାଅର୍ଚ୍ଚନା କରି କଲସ ରେ ପାଣି ଉଠାଇ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣ ରେ କଲସ ସ୍ଥାପନ କରିଥିଲେ। ଏହି ଅଷ୍ଟ ପ୍ରହରୀ ନାମଯଜ୍ଞ ରେ କର୍ତ୍ତା ଭାବେ ନଟବର ନାଗ ଓ ତାଙ୍କ ଧର୍ମପତ୍ନୀ ଧନମତି ନାଗ ରହିଥିବା ବେଲେ ପୁଜକ ଭାବେ ଜାନକୀ ପ୍ରସାଦ ସୁପକାର ରହିଥିବା ବେଲେ ରବିବାର ପୂର୍ଣାହୁତି ହେବ ବୋଲି କମିଟି ତରଫରୁ ଜଣାପଡିଛି। ଏହି କାର୍ଯ୍ୟକ୍ରମ ରେ ୬ଟି ସଂକିର୍ତ୍ତନ ଦଲ ସାମିଲ ରହିଥିବା ବେଲେ ଧିଙ୍ଗିଆମୁଣ୍ତା, ବଡଦର୍ଲିପଡା , କୁଲିଆପାଥର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଜମିଥିବା ବେଲେ ଦୋକାନ ବଜାର ଜମିଥିଲା। କମିଟି ସଭାପତି ଭାବେ ଜିତେନ୍ଦ୍ର ଖର୍ସେଲ, ସମ୍ପାଦକ ଭ୍ରୁଙ୍ଗରାଜ ନାଗ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଏକ ସମେତ କମିଟି ର ଅନ୍ୟାନ୍ୟ ସଦସ୍ଯ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Post a Comment