ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ,ଖରିଆର ଡିଭିଜନ ଶାଖା ତରଫରୁ,ଡିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ସଂଘର ଡିଭିଜନ କମିଟୀ ର ଏକ ବୈଠକ ଖଡ଼ିଆଳ ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେଲା। ସଂଘ ର ସାଙ୍ଗଠନିକ କାର୍ଯ୍ୟକଳାପ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଗଲା।ଆସନ୍ତା ୨୦ ଦିନ ରାଜ୍ୟ ସଙ୍ଘ ସହିତ ପି ସି ସି ଏଫ ଙ୍କ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ଉକ୍ତ ବୈଠକରେ ଖରିଆର ଡିଭିଜନ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ସାମିଲ ହେବାକୁ ଥିବାରୁ,କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ ପାଇଁ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏହାପରେ ଖଡ଼ିଆଳ ଡି ଏଫ ଓ ଶ୍ରୀ ପ୍ରତାପ ବେହେରା ଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଡିଭିଜନ କମିଟିର ବିଭିନ୍ନ ସମସ୍ୟା ଓ ଦାବି ଗୁଡିକ ଯଥା ନୂତନ ତୋଳାଳୀ ଙ୍କୁ ଯଥେଷ୍ଟ କାର୍ଡ ପ୍ରଦାନ,ଶତ ପ୍ରତିଶତ ବୋନସ ପ୍ରଦାନ, ପତ୍ରର ଦର ବୃଦ୍ଧି, ଝିଅ ବିହାଘର ସହାୟତା,ଚିକିତ୍ସା ସହାୟତା, ଛାତ୍ର ବୃତ୍ତି, ସିଜିନାଲ ଷ୍ଟାଫ ଙ୍କ ଗସ୍ତ ଖର୍ଚ୍ଚ ବିଲ ଆଦି ଦାବୀ କରିଛନ୍ତି।

Post a Comment