ବୋଳଂ ପ୍ରିମିୟର ଲିଗ୍ ଉଦଯାପିତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବୋଳଂ ପଞ୍ଚାୟତ ଅନ୍ତର୍ଗତ ବୋଳଂ ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ବ୍ଯାପୀ ଅନୁଷ୍ଠିତ ହୋଇଥିବା ବୋଳଂ ପ୍ରିମିୟର ଲିଗ୍ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସର ରେ ବୋଳଂ ପଞ୍ଚାୟତ ର ବିଜେଡି ସଭାପତି ଯୋଗେନ୍ଦ୍ର ମହାପାତ୍ର ଙ୍କ ସଭିପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ବିଜେଡି ମହିଳା ରାଜ୍ଯ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା ଯୋଗଦେଇ ଖେଳ ଦ୍ବାରା ଭାଇଚାରା ସୃଷ୍ଟି ହେବା ସହ ଉଭୟ ଶରୀର ଏବଂ ମନ ଫୂର୍ତ୍ତି ରହିଥାଏ ବୋଲି ବୋଲି ବକ୍ତବ୍ଯ ପ୍ରଦାନ କରିବା ସହିତ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ସମ୍ନାନିତ ଅତିଥି ଭାବରେ ୨୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ଯ ନିଶାକର ସେଠୀ , ବୋଳଂ ପଞ୍ଚାୟତ ର ସମିତି ସଭ୍ଯା ନିହାରିକା ରାଉତ , ସମାଜସେବୀ ସପନ ରାଉତ , ଗୌତମ ପାତ୍ର , ବିରେନ ମଣ୍ତଳ , ରାଜ କିଶୋର ସାମନ୍ତ ଯୋଗ ଦେଇଥିଲେ । ଗତ ୧୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୪ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ରବିବାର ଫାଇନାଲ ମ୍ଯାଚ ଜୟଦୁର୍ଗା ସୁପର କିଙ୍ଗ ଏବଂ ରାକ୍ଷୀ ରାଇଡର ମଧ୍ଯ ରେ ଅନୁଷ୍ଠିତ ହୋଇ ଥିଲା ।ଜୟଦୁର୍ଗା ସୁପର କିଙ୍ଗ ରାକ୍ଷୀ ରାଇଡର କୁ ୭୦ ରନ୍ ରେ ପରାସ୍ତ କରି ବିଜୟ ଟ୍ରଫି ହାସଲ କରିଥିଲା । ଆମ୍ପାୟାର ଭାବରେ ହରିପଦ ମହାପାତ୍ର , ଖକନମୟ ଜେନା ଦାୟିତ୍ବ ତୁଲାଇ ଥିବା ବେଳେ ସତ୍ଯଜିତ ମହାପାତ୍ର , ସିଦ୍ଧେଶ୍ବର ମଲ୍ଲିକ , ସୁଶାନ୍ତ ମଲ୍ଲିକ , ଦେବାନନ୍ଦ ବେହେରା , ଜିତେନ୍ଦ୍ର ମହାପାତ୍ର , ରାଜକିଶୋର ମହାପାତ୍ର , ସାହିଲ ମହାପାତ୍ର , କୌଳାଶ ଚନ୍ଦ୍ର ଜେନା , ସତ୍ଯ ରଞ୍ଜନ ମଲ୍ଲିକ , ମୀନକେତନ ବେହେରା ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ ।

Post a Comment

Previous Post Next Post