ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଙ୍କ ରଙ୍ଗବତୀ ଗୀତରେ ମହୋତ୍ସବ ମୁଖରିତ
ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ର ଆଜି ଉଦଯାପନୀ ଉତ୍ସବ, ଦୀର୍ଘ ୫ଦିନ ମହୋତ୍ସବ ର ଆଜି ଶେଷ ସନ୍ଧ୍ୟା। ସାତଗୋଟି ପଞ୍ଚାୟତ ବାସୀଙ୍କ ସାହାଯ୍ୟ ସହଯୋଗ ରେ ଆଜି ଶେଷ ହୋଇଛି ମହୋତ୍ସବ ର ଶେଷ ସନ୍ଧ୍ୟା,. ସର୍ବ ପ୍ରଥମେ ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା!ଶେଷ ସନ୍ଧ୍ୟା ମୁଖ୍ୟ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥିଭାବେ ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ, ସରସରା ସରପଞ୍ଚ -ହରିହର ନାଏକ, ଏଲ ନ ଟି ପୋଜେକଟ ମ୍ୟନେଜର ସୁରେଶ ରମଣ, ହରଭଙ୍ଗା ପୂର୍ବତନ ସରପଞ୍ଚ ସୁମଞ୍ଜି ଲାଲ, ପୂର୍ବତନ ଶିକ୍ଷକ -ବିଜୟା ନନ୍ଦ ସାହୁ, ଏବଂ ମଞ୍ଚ ପରିଚାଳନା କରିଥିଲେ ସତ୍ୟ ନାରାୟଣ ସାହୁ ଓ ସିନେ ନିର୍ଦେଶକ ବନମାଳୀ ରଣା,!ମହୋତ୍ସବର ଶେଷ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ସ୍ଥାନୀୟ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ, ଗୀତ ପରିବେଷଣ କରାଯାଇଥିଲା!ସୁଶାନ୍ତ ଶୁଶୁ -ବାଉଁସୁଣୀ ଘୁମୁର କଲାପରିଷଦ, ସମ୍ବଲପୁର ଲୋକ ଗୀତ ଗାୟିକା -ସିଙ୍ଗର ଜ୍ୟୋସ୍ନା ରାଣୀ,ଲିଟିଲ ଷ୍ଟାର -ଫୁଲବାଣୀ, ପ୍ରଣାମ -ବୌଦ୍ଧ, ସହିତ ସୁନାମ ଧନ୍ୟକଣ୍ଠଶିଳ୍ପୀ ତଥା ସାରା ବିଶ୍ୱରେ ଚହଳ ପଡ଼ିଥିବା ରଙ୍ଗ ବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଙ୍କ ଗ୍ରୁପ ର ରଙ୍ଗବତୀ ଗୀତରେ ମହୋତ୍ସବ ମୁଖରିତ ହୋଇଥିଲା। ଏହି ମହୋତ୍ସବ ହରଭଙ୍ଗା ର ଐତିହ୍ୟ ଓ ପରମ୍ପରା କୁ ଫେରାଇ ଆଣିବ ବୋଲି ମୁଖ୍ୟ ଅତିଥି ଜିତେନ୍ଦ୍ର ହରିପାଲ ମତପ୍ରକାଶ କରିଥିଲେ। ଏହି ଆୟୋଜିତ ମହୋତ୍ସବ ରେକମିଟିର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା, କାର୍ଯ୍ୟ କାରିଣୀ ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା, ପ୍ରମୋଦ ଖମାରି, ପ୍ରତାପ ସିଂ, ପ୍ରସନ୍ନ ବାଇ, ନଟବର ପ୍ରଧାନ, ମନଭଞ୍ଜ ନ ନାଏକ, ପ୍ରଦୀପ ନାଏକ, ନିଙ୍କନ ପାଳିଆ,ହରଭଙ୍ଗା ଡ୍ରାଇଭର ମହାସଂଘ, ଆଞ୍ଚଳିକ ପଂଚାୟତ କଲେଜ ଛାତ୍ର ଛାତ୍ରୀ, ସ୍ଥାନୀୟ ଅଂଚଳ ଅଧିବାସୀ,ସମାଜସେବୀ ଏହି ,୫ଦିନ ମହୋତ୍ସବ ରେ ବହୁପରିଶ୍ରମ କରି ମହୋତ୍ସବ କୁ ସଂପୂର୍ଣ୍ଣ କରିଥିଲେ ହୋଇଥିବା
Post a Comment