ବାଲେଶ୍ଵର, (ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ଅମର୍ଦାରୋଡ ହଡପଡ଼ିଆ ଠାରେ ପ୍ରଥମ ବର୍ଷ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି, ଖେଳ ଆରମ୍ଭ ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଇଁ ୧ ମିନିଟ ନିରବପ୍ରାଥନା କରାଯାଇଥିଲା। ନିର୍ମଳ ମହାପାତ୍ରଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚଣ୍ଡ ଉଦଘାଟକ ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ସମାଜ ସେବୀ ଭୁବନ ଚନ୍ଦ୍ର ରଣା,ରାମ ଚନ୍ଦ୍ର ରାଉଳ,ରମେଶ ଚନ୍ଦ୍ର ଦାସ,ଉମେଶ ଚନ୍ଦ୍ର ପ୍ରଧାନ,ମାନସ କୁମାର ବେହେରା, ଅକ୍ଷୟ ସ୍ବାଇଁ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଗ୍ରାଞ୍ଚଳରେ ଜିଲ୍ଲା ସ୍ତରର ଖେଳାଳି ମାନଙ୍କୁ ନେଇ ଏତେ ବଡ ଖେଳର ଆୟୋଜନ କରିଥିବାରୁ ଆୟୋଜକ ଅମର୍ଦାରୋଡ ଭଲିବଲ ଏସିସୋସନକୁ ଧନ୍ୟବାଦ ଜଣାଇଥିଲେ।ପ୍ରକାଶ ଥାଉ କି ଯେ,ଏହି ଲିଗ ଟୁର୍ଣ୍ଣାମେଣ୍ଟରେ ବାରିପଦା, ଭୁବନେଶ୍ୱର, ଚନ୍ଦେନେଶ୍ଵର, କେବିସି ଅମର୍ଦାରୋଡ, ରାଇଜିଙ୍ଗ ବାଲେଶ୍ଵର,ମଧୁପୁର ବାଲେଶ୍ଵର ମଧ୍ୟରେ ଏହି ୬ଟି ଦଳ ଚିତ୍ତାକର୍ଷକ ଖେଳ ହୋଇଥିବା ବେଳେ ଫାଇନାଲ ମ୍ୟାଚ ବାରିପଦା ଦଳ ଓ ଭୁବନେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଭୁବନେଶ୍ୱର ଦଳକୁ ୩/୨ ସେଟ ପରାସ୍ତ କରି ବାରିପଦା ଭୋଲିବଲ ଦଳ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ। ରମେଶ ଚନ୍ଦ୍ର ବେହେରା ଓ ବେଣୁଧର ସାହୁ ସମସ୍ତ ଖେଳର ବିବରଣୀ ପ୍ରଦାନ କରିଥିବା ବେଳେ ହୋଇଥିବା ଟୁର୍ଣ୍ଣାମେଣ୍ଟକୁ ନେସନାଲ ରେଫେରୀ ଧନଜୟ ତ୍ରିପାଠୀ,ରଞ୍ଜନ କୁମାର ସାହୁ, ଚାରୁଚାନ୍ଦ୍ର ନାୟକ,ମାନସ ରଞ୍ଜନ ମିଶ୍ର,କମଳା କାନ୍ତ ବେହେରା ଓ ହିମାଦ୍ରୀ ମଣ୍ଡଳ ପରିଚାଳନା କରିଥିଲେ।ଶେଷରେ ପୁରସ୍କାର ବୀତରଣୀ ସଭାରେ ଅତିଥି ସମାଜ ସେବୀ ରାଜକିଶୋର ମହାନ୍ତି ଚାମ୍ପିଅନ ବାରିପଦା ଦଳକୁ ୪ ଟଙ୍କା ସହ ଟ୍ରଫି ଓ ରନର୍ଶଅପ ଭୁବନେଶ୍ୱର ଦଳକୁ ଇଂ. ରାଜାଶ୍ରୀ ମହାନ୍ତି ୩ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସମସ୍ତ ଖେଳକୁ ଆସୋସିଏସନର ସମସ୍ତ ସଦସ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।

Post a Comment