ବାଲେଶ୍ଵର, (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଂ ଗ୍ରାମର ୩ନଂ ୱାର୍ଡ଼ ବାସୀ ପୂର୍ବତନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ଝାଡେଶ୍ଵର ରାଉତ ଙ୍କ ୮୧ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି। ଅବସର ପରେ ସେ ସମାଜସେବା ରେ ନିଜକୁ ନିୟୋଜିତ କରିବା ସହିତ ଲୁଣ ସୋସାଇଟି ର ସଭାପତି ଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ଦୁଇ ପୁଅ ସପନ ରାଉତ ଓ ତପନ ରାଉତ,ଝିଅ ଜ୍ୱାଇଁ,ବହୁ ସମେତ ବନ୍ଧୁ ବାନ୍ଧବ କୁଟୁମ୍ବ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ନାରୀନେତ୍ରୀ ଶ୍ରୀମତୀ ସୁବସିନୀ ଜେନା ତାଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅନୁସୂଚିତ ଜାତି ଶାଖା ସଭାପତି ଶତ୍ରୁଘ୍ନ ମଲିକ, ବୋଳଂ ସରପଞ୍ଚ ଜ୍ୟାତ୍ସ୍ନା ରାଣୀ ମଲ୍ଲିକ,କାର୍ତିକ ମଲ୍ଲିକ,ବିଜେଡି ସଭାପତି ଯୋଗେନ୍ଦ୍ର ମହାପାତ୍ର,ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ଅଜୟ ସମାଲ,ସମାଜସେବୀ ପ୍ରଣବ କୁମାର ଜେନା,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ତାଙ୍କ ବିୟୋଗରେ ଏ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।
Post a Comment