ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକାରୀଣୀ ବୈଠକ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ଆଜି ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟିପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପର ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଣ୍ଡା ମଞ୍ଚ ଆହ୍ବାନ କରିଥିଲେ ଓ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ମଞ୍ଚାସୀନ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରିବା ପରେ ଭାରତମାତାଙ୍କ ବନ୍ଦନା ପରେ ଅନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ସଭାପତି ତାଙ୍କ ପ୍ରାରମ୍ଭିକ ଉଦ୍ବୋଧନରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସ୍ବାଗତ କରି ତାଙ୍କ ବ୍ଯକ୍ତବ୍ଯରେ ସାଂଗଠନିକ ସଂସ୍କାର, ତୃଣମୂଳ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବା, କେନ୍ଦ୍ରୀୟ ଯୋଜନାକୁ ସମାଜର ତଳସ୍ତର ପର୍ଯ୍ୟନ୍ତ ନେବାକୁ ଆହ୍ବାନ କରିଥିଲେ। ଏହାପରେ ଜିଲ୍ଲା ସମ୍ପାଦକ ଆଶିଷ ଘୋଷ ଜିଲ୍ଲାର ଦିବଂଗତ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୁର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ, ରାଜନୈତିକ ଚିଠା ପ୍ରସ୍ତାବରେ ରାଜ୍ୟରେ ସର୍ବସ୍ତରରେ ହେଉଥିବା ଦୁର୍ନୀତି ବିଷୟରେ ଉଦବେଗ ପ୍ରକାଶ କରିବା ସହିତ ଗଣତନ୍ତ୍ରର ସ୍ଥାଣୁତା ଓ ଅମଲାତନ୍ତ୍ରର ପ୍ରଭୁତା ବିଷୟରେ ଘୋର ଚିନ୍ତା ପ୍ରକଟ କରିଥିଲା। ଆଇନଶୃଙ୍ଖଳା, ବେକାରୀ ସମସ୍ୟା, ଚାଷ, ଚାଷୀ ଓ ଜଳସେଚନ ସମସ୍ୟା, ପାନୀୟଜଳ, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଅବନତି, ପ୍ରଧାନମନ୍ତ୍ରୀ ଆବାସ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଦୁର୍ନୀତି, ମହିଳାଙ୍କ ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନକୁ ଭୋଟ ବ୍ୟାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା, ଓବିସି-ଦଳିତ-ଆଦିବାସୀଙ୍କୁ ଅଣଦେଖା, ସମବାୟ ବ୍ୟବସ୍ଥାକୁ ସ୍ଥାଣୁ କରିବା, ଜିଲ୍ଲାର ଶିଳ୍ପାୟନର ଦୁରାବସ୍ତା, ୫ଟି ନାମରେ ସିଏଫସି ଅର୍ଥ ତୋଷାରପାତ ଇତ୍ୟାଦି ପ୍ରମୁଖ ବିଷୟରେ ବିଶଦ ଆଲୋଚନା ଓ ପ୍ରତିକାର ସ୍ବରୂପ ରଣନୀତି ପ୍ରସ୍ତୁତ କରାଯାଇଥିଲା।

ଜିଲ୍ଲାରେ ସଫଳତାର ସହିତ ରୂପାୟନ ହୋଇଥିବା କେନ୍ଦ୍ରୀୟ ଯୋଜନା ଓ ସହାୟତା ( ପ୍ରଧାନମନ୍ତ୍ରୀ ଆବାସ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ) ପାଇଁ ଆଜିର କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ୟମରେ ରେଳ ବିକାଶ କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଥିବାରୁ ଉଭୟ ସାଂସଦ ଓ ରେଳମନ୍ତ୍ରୀଙ୍କୁ ଆଜିର କାର୍ଯ୍ୟକାରିଣୀ ଧନ୍ୟବାଦ ଅର୍ପଣ କରିଅଛି। ଏହାସହିତ ଜିଲ୍ଲା ଓ ରାଜ୍ୟର ବିକାଶ ପାଇଁ ଅହରହ ପ୍ରୟାସ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜିର କାର୍ଯ୍ୟକାରିଣୀ ଧନ୍ୟବାଦ ଅର୍ପଣ କରିଅଛି। ଧନ୍ୟବାଦ ପ୍ରସ୍ତାବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଆଗତ କରିଥିଲେ।ମୁଖ୍ୟ ଅତିଥି ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ତାଙ୍କ ବ୍ଯକ୍ତବ୍ଯରେ ବିଜୟର ମନ୍ତ୍ର ଦେବା ସହିତ ଆଗାମୀ ଯୋଜନା ସମ୍ବନ୍ଧରେ ଖସଡ଼ା ପ୍ରସ୍ତୁତ କରିଥିଲେ। 

ଡାଟା ମେନେଜମେଣ୍ଟ ବିଷୟରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର ସୂଚନା ଦେଇଥିଲେ।

ମୋବାଇଲ ଏପ୍ଲିକେସନ "ସରଳ" ବାବଦରେ ରାଜ୍ୟ ପ୍ରବକ୍ତା ଠାକୁର ରଣଜୀତ ଦାସ ପ୍ରଶିକ୍ଷିତ କରାଇଥିଲେ।

ମୁଖ୍ୟବକ୍ତା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୋଦୀ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ, ଖାଦ୍ୟ ସୁରକ୍ଷା, ଯେ ଞ ଏବଂ ନାରୀ ସଶକ୍ତିକରଣ, ମଣ୍ଡି ଇତ୍ୟାଦି ଉପରେ ରାଜ୍ୟ ସରକାରଙ୍କ ଚଞ୍ଚକତା ବିଷୟରେ ଆଲୋଚନା କରିଥିଲେ ଓ ଏହାର କେମିତି ପ୍ରତିକାର କରାଯାଇପାରିବ ତାର ଉପାୟ ବତାଇଥିଲେ। ନିଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ବସ୍ତା ନିର୍ବାଚନ ମଣ୍ଡଳୀର ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସିମୁଳିଆ ନିର୍ବାଚନ ମଣ୍ଡଳୀର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ସେମାନଙ୍କର ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ସୋର ନଗରପାଳ ମାଧବ ଧଡ଼ା, ସିମୁଳିଆ ଚେୟାରମେନ ବାବାଜୀ ମଲ୍ଲିକ, ଖଇରା ଚେୟାରମେନ ଅଭିଲିପ୍ସା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ସୁଷମ ବିଶ୍ବାଳ, ସୋର ନେତା ରାକେଶ ମଲ୍ଲିକ, ଭୋଗରାଇ ନେତା ଅଂଶୁମାନ ମହାନ୍ତି, ସଦର ନେତା ମାନସ କୁମାର ଦତ୍ତ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ସତ୍ୟଜିତ ମିଶ୍ର, ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚା ସଭାପତି, ପ୍ରକୋଷ୍ଠ ସଂଯୋଜକ, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଉପସ୍ଥିତ ଥିଲେ। ବୈଠକ ବ୍ୟବସ୍ଥାରେ ସ୍ଥାନୀୟ ମଣ୍ଡଳ ସଭାପତି ରଞ୍ଜନ ମହାନ୍ତି, ଧୀରେନ ସେଠୀ, ଦିବାକର ରାଉତ ଥିଲେ ଓ ଜିଲ୍ଲା ମିଡ଼ିଆ ସେଲ ଗଣମାଧ୍ୟମ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର କାର୍ଯ୍ୟକାରିଣୀର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାଂଗିକ ଜନଗଣମନ ଗାନ ପୁର୍ବକ ବୈଠକ ସମାପନ ହୋଇଥିଲା।

Post a Comment

Previous Post Next Post