ବାଇକ ନ ଅଟକାଇବାରୁ ଫୁଟିଲା ଗୁଳି


ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଲିଫ୍ଟ ମାଗିବା ପରେ ଗାଡ଼ି ନ ଅଟକାଇବାରୁ ଫୁଟିଲା ଗୁଳି । ଅଭିଯୋଗ ଅନୁସାରେ, ଡୁମେରପାଣି ଗାଁର ମଙ୍ଗଳ ସଗରିଆ ବାଇକ୍‌ରେ ଦରଲିପଡା ଯାଉଥିଲେ । ବାଟରେ ଦରଲିପଡ଼ାର ହୃଷିକେଶ ମାଝୀ ନାମକ ଜଣେ ଯୁବକ ଲିଫ୍ଟ ମାଗିଥିଲେ । ମଙ୍ଗଳ କିଛି ବାଟ ଆଗକୁ ଯାଇ ଗାଡ଼ି ଅଟକାଇଥିଲେ । ଏହାକୁ ନେଉ ଉଭୟ ମଙ୍ଗଳ ଓ ହୃଷିକେଶ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହୃଷୀକେଶ ପକେଟରୁ ବନ୍ଧୁକ କାଢ଼ି ମଙ୍ଗଳଙ୍କୁ ଗୁଳି କରିଥିଲେ । ମଙ୍ଗଳଙ୍କ ବାମ କପାଳରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କୋମନା ପୋଲିସ ଅଭିଯୁକ୍ତ ହୃଷିକେଶଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।

Post a Comment

Previous Post Next Post