ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା


ବାଲେଶ୍ବର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତ ରେ ଅବସ୍ଥିତ ନିଶା ମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି "ରେବତୀ" ପତ୍ରିକାର ସମ୍ପାଦିକା, ବିଶିଷ୍ଠ ରାଜନେତ୍ରୀ, ଏ ମାଟିର ଭୂମିକନ୍ୟା ସୁବାସିନୀ ଜେନା ,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ରାଉତ, ସରପଞ୍ଚ କସ୍ତୁରୀ ବାଳା ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ ଜେନା, ସମିତି ସଦସ୍ୟା କାବେରୀ ରାଣୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଜୟ କୁମାର ପାତ୍ର, ବିଦ୍ୟାଳୟର ଦାତାଙ୍କ ସୁପୁତ୍ର ମନୋଜ କୁମାର ସାହୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କବି ଓ ଶିକ୍ଷକ ନଳିନୀ କାନ୍ତ ପାଢ଼ୀ ଅତିଥି ମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଶିକ୍ଷକ କମଳ ଲୋଚନ ପାଢ଼ୀ ବେଦ ପାଠ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିତା ଜେନା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଅପରାହ୍ନରେ ବିଭିନ୍ନ ସହ ଶୈକ୍ଷିକ ପ୍ରତିଯୋଗିତାରେ ଓ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପିଲାମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ, ଗୀତ ଓ ନୃତ୍ୟ, ଏକାଙ୍କିକା ଓ ଏକକ ଅଭିନୟ ମାନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷକର୍ମୀ ସୁମତୀ ସି,ସଂଯୁକ୍ତା ତ୍ରିପାଠୀ,ଗୁଣନିଧି ରାଉତ, ପୁଲକ ସ, ପ୍ରତିମା ଦାସ, ମାମିନା ଦାସ, ପଦନ କିସ୍କୁ, ହରେକୃଷ୍ଣ ମାଝୀ, ଅନିଲ ଧଳ, ଲକ୍ଷ୍ମୀନାରାୟଣ ସେଠୀ, ଜୟନ୍ତୀ ପଣ୍ଡା, ଶଶୀଧର ମଣ୍ଡଳ, ବିଜୟୀ ଲକ୍ଷ୍ମୀ ବାଗ, ତାରା ମଣି ପାତ୍ର, ଚିନ୍ମୟ ପରମାଣିକପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ପରିଶେଷରେ ନଳିନୀକାନ୍ତ ପାଢ଼ୀ ଧନ୍ୟବାଦ ବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post